mobile header

ଯାଜପୁରରେ ପୌର ନିର୍ବାଚନ: ଭୋଟ୍ ଦେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର: ପୌର ନିର୍ବାଚନ ଲାଗି ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଯାଜପୁର ପୌରାଞ୍ଚଳର ବାହାବଳପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ବିଧାୟକ ସାଧାରଣ ଭୋଟରଙ୍କ ଭଳି ଧାଡ଼ିରେ ଠିଆ ହୋଇ ଭୋଟ ଦେଇଥିଲେ।

ପୂର୍ବରୁ ଅପେକ୍ଷାରତ ମହିଳା ଓ ବୟସ୍କ ଭୋଟରଙ୍କୁ ଆଗେ ଭୋଟ ଦେବା ପାଇଁ ସେ ସୁଯୋଗ ଦେଇଥିଲେ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରିଥିଲେ। ସମସ୍ତଙ୍କର ମତଦାନର ଅଧିକାର ଥିବା ବେଳେ ରାଜ୍ୟର ସବୁ ପୌରାଞ୍ଚଳରେ ଭୋଟରମାନେ ଶୃଙ୍ଖଳିତ ଭାବେ ମତଦାନ କେନ୍ଦ୍ରକୁ ଆସି ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ ଦେଇଛନ୍ତି। ଯାଜପୁର ପୌରପାଳିକାରେ ୧୮ଟି ଓ୍ବାଡରେ ୩୬ଟି ବୁଥ ରହଛି। ଯେଉଁଥିରେ ୨୯୫୧୫ ଜଣ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି।

Leave A Reply

Your email address will not be published.