mobile header

ଭୋ-ଭୋ ହୋଇ କାନ୍ଦିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ: ମହାଭାରତ ସିରିଏଲ ଦ୍ରୌପଦୀ ତଥା ବିଜେପି ସାଂସଦ ରୂପା ଗାଙ୍ଗୁଲି ଆଜି ରାଜ୍ୟସଭାରେ କାନ୍ଦି ପକାଇଛନ୍ତି। ପଶ୍ଚିମବଙ୍ଗର ବୀରଭୂମିରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣା ଆଜି ରାଜ୍ୟସଭାରେ ଉଠିଥିଲା। ରୂପା ଗାଙ୍ଗୁଲି ମଧ୍ୟ ବୀରଭୂମିର ସାଂସଦ। ତେଣୁ ସେ ଏହି ପ୍ରସଙ୍ଗରେ ମତ ରଖିବା ବେଳେ ସର୍ବସମ୍ମୁଖରେ କାନ୍ଦି ପକାଇଥିଲେ। ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ସରକାରଙ୍କ ଅପାରଗତା ପାଇଁ ଏତେ ବଡ଼ ଘଟଣା ଘଟିଲା ବୋଲି ମଧ୍ୟ ସେ କହିଛନ୍ତି।

ରାଜ୍ୟରେ ରହିବା ଆଉ ସମ୍ଭବ ନୁହେଁ। ବୀରଭୂମି ନରସଂହାର ପରେ ଅନେକ ଲୋକ ଭୟରେ ରାଜ୍ୟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ଶ୍ରୀମତୀ ଗାଙ୍ଗୁଲି ରାଜ୍ୟସଭାରେ ଦାବି କରିଛନ୍ତି। ଏହି ସବୁ ପ୍ରସଙ୍ଗ ଉଠାଇବା ବେଳେ ବୀରଭୂମି ପୀଡ଼ିତଙ୍କ ପାଇଁ ଶ୍ରୀମତୀ ଗାଙ୍ଗୁଲି ଶୋକ ପ୍ରକାଶ କରିଥିଲେ। ଏଥିସହ ସେ ନିଜର ମତ ରଖିବା ବେଳେ ଅଧାରୁ କାନ୍ଦି ପକାଇଥିଲେ।

Leave A Reply

Your email address will not be published.