mobile header

ସରକାରଙ୍କୁ ତେର୍ଚ୍ଛା ତୀର:ପୋଷ୍ଟ ଡିଲିଟ୍‌ କଲେ ଦୂତୀ ଚାନ୍ଦ

ଦୂତୀ ଚାନ୍ଦ ଆଜି ଫେସ୍‌ବୁକ ପୋଷ୍ଟରେ ଲେଖିଥିଲେ, ଓଡ଼ିଶା ସରକାର ରାଜ୍ୟରେ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କାର ଭିତ୍ତିଭୂମି ତିଆରି କରିବାରେ ବ୍ୟସ୍ତ। କିନ୍ତୁ ଏପଟେ କ୍ରୀଡ଼ାବିତମାନେ ଦିନକୁ ଦିନ ହଜିଗଲେଣି। ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି। ଆପଣ ଖାଲି ସେହି ହକି ଇଣ୍ଡିଆ ଟିମ୍‌କୁ ଧରି ନାଚୁ ଆନ୍ତୁ। ବାକି ଖେଳ ବିଭାଗ ସବୁ ଚୁଲିକୁ ଯାଉ। ହକି ଟିମ୍‌ ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି। କିନ୍ତୁ ଆଥଲେଟିକ୍ସ ପାଇଁ କିଛି ନାହିଁ। ଏ ହକି ବାଡ଼ି କେତେଦିନ ଲାଷ୍ଟିଂ କରିବ? ପୁରୁଣା ହେଲେ ଆପେ ଆପେ ଫାଟିଯିବ। ସବୁ ପ୍ରହସନ୍ ବୋଲି ଦୂତୀ ତାଙ୍କ ପୋଷ୍ଟରେ ଲେଖିଥିଲେ।

ସୂଚନାରୁ ପ୍ରକାଶ, ରାଜ୍ୟ ସରକାର ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ। ସେଥିପାଇଁ ରାଜ୍ୟ ସରକାର ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଅଲମ୍ପିକ୍ସ ପରେ ମହିଳା ଓ ପୁରୁଷ ଖେଳାଳିଙ୍କୁ ସମ୍ମାନିତ କରିଥିଲେ। ଯେତେବେଳେ ସମ୍ମାନିତ କରାଯାଉଥିଲା, ସେତେବେଳେ ଦୂତୀ ଚୁପ୍‌ ରହିଥିଲେ। ଏବେ ହଠାତ ତାଙ୍କର ସେକଥା କାହିଁକି ମନେ ପଡ଼ିଲା? କଣ ଆଉ କିଛି ପାଇବା ଆସାରେ କି? ଏପରି ନାନା କଥା ଆଲୋଚନା ହେଉଛି।

Leave A Reply

Your email address will not be published.