
ଖୋର୍ଦ୍ଧା ସହରର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ବିଜୁ ସ୍ମୃତି ସଦନ ଉପରେ ଆଜି ସଂଧ୍ୟାରେ କେହି ଏକ ହାତ ବୋମା ମାଡ଼ କରିଛି । ବୋମା ମାଡ଼ରେ ଗୃହର କାନ୍ଥ, କବାଟ ଓ ଭିତରେ ଥିବା ଚେୟାର ଆଦି କ୍ଷତିଗ୍ରସ୍ତ ହୋଇଛି । ତେବେ ସଦନରେ କେହି ନଥିବାରୁ କୌଣସି ଧନଜୀବନର ବିଶେଷ କ୍ଷତି ହୋଇନାହିଁ ।
ସୂଚନାନୁସାରେ, ପ୍ରତିଦିନ ସଂଧ୍ୟା ସମୟରେ ବିଜୁ ଯୁବ ବାହିନୀର ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ଉକ୍ତ ସଦନରେ ଏକଯୁଟ ହୋଇଥାନ୍ତି । ଆଜି କିନ୍ତୁ ସଦନରେ କେହି ନଥିଲେ, ସଂଧ୍ୟା ସାଢ଼େ ୬ଟାରୁ ୭ଟା ମଧ୍ୟରେ କେହି ଜଣେ ଦୁର୍ବୃତ୍ତ ଉକ୍ତ ସଦନର କବାଟକୁ ଲକ୍ଷ କରି ଏକ ହାତବୋମା ଫିଙ୍ଗି ଚାଲିଯାଇଥିଲା। ଫଳରେ ସଦନର ପଛପଟ କବାଟ, କାନ୍ଥ ଫାଟିଯାଇଥିବା ବେଳେ ଭିତରେ ଥିବା ପ୍ଲାଷ୍ଟିକ୍ ଚେୟାର ଦୁଇ ତିନିଟି କ୍ଷତିଗ୍ରସ୍ତ ହୋଇଥିଲା