mobile header

ବିପୁଳ ପରିମାଣର ଗଞ୍ଜେଇ ସହ ଭେନ, କାର ଓ ବୁଲେଟ୍ ଜବତ

ଜଣେ ଗିରଫ, ## ଖସିଗଲେ ୭ ଜଣ ।

ଗୁଣୁପୁର, ୨୭l୩- ରାୟଗଡ଼ା ଜିଲ୍ଲା ଗୁଣପୁର ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଗୋଟିଏ ଭେନ,  କାର ଓ ଏକ ବୁଲେଟ୍ ଜବତ କରିବା ସହ ଜଣଙ୍କୁ ଗିରଫ  କରିଛି । ତେବେ ଏହି ଚାଲାଣ ପ୍ରକ୍ରିୟା ରେ ସାମିଲ ଥିବା ଅନ୍ଯ ୭ଜଣ ପୋଲିସ୍ ଆଖିରେ ଧୁଳି ଦେଇ ଚମ୍ପଟ୍ ମାରିଥିବା ଜଣାପଡିଛି। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଜୟ ବାରିକ ଓ ଆଇଆଇସି ଜସମନ୍ତ ହିଆଲ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ରାମନାଗୁଡା ବ୍ଲକ ବାଙ୍ଗି ଛକଠାରେ ପୋଲିସ ପେଟ୍ରୋଲିଂ ଚାଲିଥିବା ବେଳେ ଆଗରେ ବୁଲେଟ ମଝିରେ ଭେନ ଓ ପଛରେ କାର ଯାଉଥିବା ସହ ଏସବୁ ବିହାର ପଞ୍ଜିକୃତ ହୋଇଥିବାରୁ ପୋଲିସ ସନ୍ଦେହ କରି ତଲାସି କରିଥିଲା। ଏତିକି ବେଳକୁ କାର୍ ଡ୍ରାଇଭର ଗୁମୁଡାର ସୁନିଲ କୁମାର ଗୌଡକୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ଆଉଜଣେ ଡ୍ରାଇଭର, କାର୍ ରେ ବସିଥିବା ଅନ୍ଯ ଲୋକମାନେ ଓ ବୁଲେଟ ଆରୋହି ଖସି ପଳାଇଥିଲେ। ଉକ୍ତ ଭେନ୍ ରୁ ପୋଲିସ୍ ୩୫ ପେକେଟ ରେ ୧୨୨୮ କିଲୋ ଗଞ୍ଜେଇ ଜବତ କରିଥିଲା । ଏହାର ଆନୁମାନିକ ମୁଲ୍ଯ ପ୍ରାୟ ୬୧ ଲକ୍ଷ ୪୦ ହଜାର ଟଙ୍କା ହବ ବୋଲି ପୋଲିସ ସୂଚନା ଦେଇଛି। ଜବତ ଗାଡି ଗୁଡିକ ଗୁମୁଡା ଅଞ୍ଚଳରୁ ବିହାର ଯାଉଥିଲା ବୋଲି ଜଣାପଡିଛି । ଖସି ପଳାଇଥିବା ଅନ୍ଯ ୭ ଜଣଙ୍କ ନାମ ରେ  ଏକ ମାମଲା  ହୋଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.