mobile header

ଧର୍ମ ପରାୟଣ ମମତା ପାତ୍ରଙ୍କ ପରଲୋକ

ଧର୍ମ ପରାୟଣ ମହିଳାଙ୍କ ପରଲୋକ । ଦେବଗଡ଼ ୨୯/୩—— ଦେବଗଡ଼ ସହର ର ଜଣାଶୁଣା ତଥା ଧର୍ମ ପରାୟଣ ମହିଳା ମମତା ପାତ୍ର ଙ୍କ ୪୯ବର୍ଷ ବୟସ ରେ ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ସ୍ବର୍ଗତ ପାତ୍ର କିଛି ଦିନ ପୂର୍ବରୁ କରୋନା ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ମଧ୍ୟ କେତେକ ପାର୍ଶ୍ଵ ପ୍ରତିକ୍ରିୟା ଜନିତ ରୋଗ ରେ ଚିକିତ୍ସିତ ହେଉଥିଲେ। ମାତ୍ର ଆଜି ସକାଳ ୯ତା ସମୟ ରେ ତାଙ୍କର ଦେହାନ୍ତ ଘଟିଥିଲା। ସେ ଜଣେ ପରୋପକାରୀ ତଥା ଧର୍ମ ପରାୟଣ ମହିଳା ଭାବେ ସହରରେ ବେଶ ପରିଚିତ ଥିଲେ। ଆଜି ତାଙ୍କ ପାର୍ଥିବ ଶରୀର ଅପରାହ୍ନ ରେ ଦେବଗଡ଼ରେ ପହଂଚିବା ପରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ଆତ୍ମୀୟ ସ୍ୱଜନ ତାଙ୍କର ଶେଷ ଦର୍ଶନ କରିଥିଲେ। ପରେ ସ୍ଥାନୀୟ ପ୍ରଧାନପାଟ ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ଏକ ମାତ୍ର ପୁଅ ଓଁଙ୍କାର ପାତ୍ର ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ପାତ୍ର ତାଙ୍କ ସ୍ବାମୀ ପ୍ରଫୁଲ୍ଲ ପାତ୍ର ,ଝିଅ ରେଶମା ରାଣୀ ପାତ୍ର ଓ ଅନ୍ୟାନ୍ୟ ପରିବାର ବର୍ଗ ଙ୍କୁ ଛାଡି ଚାଲି ଯାଇଛନ୍ତି। ଦେବଗଡ଼ ପୌର ପରିଷଦ ର ପୂର୍ବତନ ଅଧଖ୍ୟା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଅନିତା ପାତ୍ର ଙ୍କ ଖୁଡ଼ି ଶାଶୁ ଅଟନ୍ତି ସ୍ବର୍ଗତ ପାତ୍ର ।

Leave A Reply

Your email address will not be published.