mobile header

ଶାଶୁ ଓ ବୋହୂଙ୍କୁ ଗଳାକାଟି ହତ୍ୟା

ବଲାଙ୍ଗୀରରେ ଡବଲ ମର୍ଡର । ଶାଶୁ ଓ ବୋହୂଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ହେଲେ ଅମ୍ବିକା ମେହେର ଏବଂ ପ୍ରେମଶିଳା ମେହେର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ତୁଷୁରା ଥାନା ନୂଆପଡ଼ା ଗାଁର ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘର ଭିତରେ ଶାଶୁ ଓ ବୋହୂଙ୍କର ରକ୍ତ ଜୁଡୁବୁଡ଼ୁ ମୃତଦେହ ଠାବ ହୋଇଛି । ଉଭୟଙ୍କୁ କେହି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହେଲେ କିଏ ଓ କାହିଁକି ହତ୍ୟା କରିଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ସେପଟେ ଘଟଣା ସଂପର୍କରେ ସୂଚନା ପାଇ ତୁଷୁରା ପୋଲିସ ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏତେ ନୃଶଂସ ଭାବେ କାହିଁକି ଜଣେ ହତ୍ୟା କରିଛି । ସେନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ଉଙ୍କି ମାରିଛି ।

Leave A Reply

Your email address will not be published.