mobile header

ବଡି ବିଲଡିଂ ଚମ୍ପିଆନସିପ ପାଇଁ ପ୍ରସ୍ତୁତ ହେଉଛି ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ବଡି ବିଲଡିଂ ଚମ୍ପିଆନସିପ । ଆସନ୍ତା ଏପ୍ରିଲ ୯ ଏବଂ ୧୦ ତାରିଖରେ ଏହି ଚମ୍ପିଆନସିପ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱରର ରେଲୱେ ଇଣ୍ଡୋର ଷ୍ଟାଡିୟମରେ ବଡି ବିଲଡିଂ ଚମ୍ପିଆନସିପ ପାଇଁ ପ୍ରତିଯୋଗିତା ଆୟୋଜନ ହେବ ।

ନେସନାଲ ଫିଜିକ କମିଟି(NPC) ଓଡିଶା ବଡି ବିଲଡିଂ ଫେଡେରେସନ ଏବଂ -୨୭ ଦ୍ୱାରା ଆୟୋଜିତ ହେବ ଏହି ନୂଆ ପ୍ରତିଯୋଗିତା । ଏଥିରେ ଦେଶର ବଛା ବଛା ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ । ରାଜ୍ୟର ଏହି ସର୍ବବୃହତ ଚମ୍ପିଆନସିପରେ ଅଂଶଗ୍ରହଣ କରିବା ପାଇଁ ଅନେକ ଆଗ୍ରହୀ ଇଚ୍ଛାପ୍ରକାଶ କରିଛନ୍ତି । ତେବେ ଏହି ପ୍ରତିଯୋଗିତା ପାଇଁ ମୋଟ ୧୩ଟି କାଟାଗୋରୀ କରାଯାଇଛି । ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ତେବେ ପ୍ରତିଯୋଗିତାରେ ବିଜୟୀ ପ୍ରାର୍ଥୀଙ୍କୁ ୬ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି ।

ଏହାସହିତ ସଫଳ ପ୍ରତିଯୋଗୀମାନଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ମିଳିପାରିବ । ଯାହାକି ଅଗମୀ ମେ ମାସରେ ଦିଲୀ କିମ୍ଵା ଚେନ୍ନାଇରେ ହେବ। IFBB (ଇଣ୍ଟନେସନାଲ ଫେଡରେସନ ଅଫ ବଡି ବିଲ୍ଡିଂ ଏଣ୍ଡ ଫିଟନେସ)ଦ୍ୱାରା ସ୍ୱୀକୃତି ପ୍ରାପ୍ତ NPC ବଡି ବିଲ୍ଡିଂ ଫେଡରେସନ ବିଶ୍ୱର ଏକମାତ୍ର amateur ପ୍ରୋ ଲିଗ ଅର୍ଗାନାଇଜେସନ । NPC ଦ୍ୱାରା ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି।

Leave A Reply

Your email address will not be published.