mobile header

ହଷ୍ଟେଲ ଛାତରୁ ଡେଇଁ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ

ସୁନ୍ଦରଗଡ଼ ଜିଲ୍ଳା ଲେଫ୍ରିପଡା ଥାନା ଅନ୍ତର୍ଗତ ପଟୁଆଡିହି ପଞ୍ଚାୟତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପାଣ୍ଡେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅିଯୁକ୍ତକ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ ନିଲମ୍ବିତ ହୋଇଛନ୍ତି। ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷ ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ନିଲମ୍ବନ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ପଟୁଆଡିହି ପଞ୍ଚାୟତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପାଣ୍ଡେକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏନେଇ ଅପୂର୍ଣ୍ଣ ପୂର୍ବରୁ ମଧ୍ୟ ଅଭିଯୋଗ କରି ଆସୁଥିଲେ। ଆଜି କିନ୍ତୁ ପ୍ରଧାନଶିକ୍ଷକଙ୍କ ବ୍ୟବହାର ସୀମା ଟପିଥିଲା। ଶେଷରେ ଅପର୍ଣ୍ଣା ଆଜି ଅପରାହ୍ନ ପ୍ରାୟ ୧ଟାରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲା। ଲେଫ୍ରିପଡା ଆଇଆଇସି ହେମାଙ୍ଗିନୀ ଗର୍ଡିଆ ନିଜର ଟିମ୍‌ ନେଇ ବିଦ୍ୟାଳୟକୁ ପହଞ୍ଚି ମୃତଦେହ ଜବତ କରିଥିଲା । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଅନୁସନ୍ଧାନ ପାଇଁ ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ, ସହକାରୀ ଶିକ୍ଷକ ରାଧାକାନ୍ତ ନାଏକ ଓ ପ୍ରିୟଦର୍ଶିନୀ ବେହେରାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। କିନ୍ତୁ ପରେ ଶ୍ୟାମ ସୁନ୍ଦରଙ୍କ ବ୍ୟତୀତ ଅନ୍ୟ ୨ ଜଣଙ୍କୁ ଛାଡ଼ି ଦେଇଥିଲା।

ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷ ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଅବଗତ ହୋଇଛନ୍ତି। ଶ୍ରୀ ପ୍ରଧାନ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପୂର୍ବରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇଥିଲେ। ଏଥି ସହିତ ସେ କହିଥିଲେ ଯେ, ଯୌନ ନିର୍ଯାତନା ଉଦ୍ୟମ ନେଇ ଅଭିଯୋଗ ହୋଇଛି। ଏନେଇ ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.