mobile header

ଏଣିକି ଆଗ ଟିକେଟ୍, ପରେ ଅର୍ଥ ପୈଠ । ‘ବାଏ ନାଓ, ପେ ଲେଟର’ ସୁବିଧା ଆଣିଲା ପେଟିଏମ୍ ଓ ଭାରତୀୟ ରେଳ ବିଭାଗ ।

ରେଳଯାତ୍ରୀଙ୍କ ପାଇଁ ବଡଖବର । ଏଣିକି ଆଗ ଟିକେଟ୍, ପରେ ଅର୍ଥ ପୈଠ । ଆପଣ ଯଦି ନିୟମିତ ରେଳରେ ଯାତ୍ରା କରୁଛନ୍ତି, ଆଉ ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରୁଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । ଏଣିକି ଆପଣ ପ୍ରଥମେ ଟିକେଟ୍ ବୁକ୍ କରି ପରେ ଟଙ୍କା ଦେଇପାରିବେ । ପୂର୍ବରୁ ଆପଣଙ୍କୁ ଟ୍ରେନ୍ ଟିକେଟ୍ ବୁକ୍ କରିବାକୁ ହେଲେ, ପ୍ରଥମେ ଟଙ୍କା ପୈଠ କରିବାକୁ ପଡ଼ୁଥିଲା । ହେଲେ ଏବେ କିନ୍ତୁ ଆପଣ ପ୍ରଥମେ ଟ୍ରେନ୍ ଟିକେଟ୍ ବୁକ୍ କରି ପରେ ସେଥିପାଇଁ ଅର୍ଥ ପୈଠ କରିପାରିବେ ।

ପେଟିଏମର ମୂଳ କମ୍ପାନୀ ୱାନ୍ ୧୭ କମ୍ୟୁନିକେସନ୍ସ ଲିମିଟେଡ୍ ପକ୍ଷରୁ କୁହାଯାଇଛି ଯେ, ଏହାର ସହଯୋଗୀ କମ୍ପାନୀ ପେଟିଏମ୍ ପେମେଂଟସ ସର୍ଭିସେସ୍ ଲିମିଟେଡ୍, ଆଇଆରସିଟିସି ଗ୍ରାହକଙ୍କ ପାଇଁ ପେଟିଏମ୍ ପୋଷ୍ଟପେଡ୍ ପ୍ରଚଳନ କରିଛି । ଏଥିରେ ‘ବୁକ୍ ନାଓ, ପେ ଲେଟର’ ସୁବିଧା ଟିକେଟ୍ ବୁକିଂ ନିମନ୍ତେ ରହିଛି । ଆଇଆରସିଟିସି ସହିତ ମିଶି ପ୍ରଚଳନ କରାଯାଇଥିବା ଏହି ଯୋଜନାରେ ପେଟିଏମ୍ ବ୍ୟବହାରକାରୀ ଗୋଟିଏ କ୍ଲିକରେ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ ।

ଆପଣ ଟିକେଟ୍ ବୁକ୍ କରିବାକୁ ଚାହୁଁଥିଲେ…
ପ୍ରଥମେ ଆଇ.ଆର.ସି.ଟି.ସି ସାଇଟ୍ କିମ୍ବା ଆପକୁ ଯିବାକୁ ପଡିବ ।
ସେଠାରେ ଆପଣ ଲଗ-ଇନ୍ କରିବା ପରେ ଆପଣଙ୍କୁ ଆପଣଙ୍କର ଟ୍ରେନ୍ ଯାତ୍ରା ନେଇ ସମସ୍ତ ସୂଚନା ଦେବାକୁ ପଡିବ ।
ତେବେ ଟିକେଟ୍ ବୁକ୍ କରିବା ସମୟରେ ପେମେଂଟ ଅପସନକୁ ଯିବା ପରେ ଆପଣ ପେ ଲେଟର ଅପସନ୍ ଚୟନ କରିବେ ।
ଯାହା ପରେ ଆପଣଙ୍କୁ ପେଟିଏମ୍ ପୋଷ୍ଟପେଡ୍ ଅପସନ୍ ଦେଖିବାକୁ ମିଳିବ ।
ଏହି ଅପସନରେ କ୍ଲିକ୍ କରିବା ପରେ ଆପଣ ବିନା କୌଣସି ଟଙ୍କା ଦେଇ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ ।
ଆଉ ପରେ ନିର୍ଦ୍ଧିଷ୍ଟ ସମୟ ଭିତରେ ଆପଣଙ୍କୁ ଏହି ଟଙ୍କା ଦେବାକୁ ପଡିବ ।

ତେବେ ଟ୍ରେନ୍ ଟିକେଟ୍ ବୁକ୍ କରୁଥିବା ଅନେକ ଯାତ୍ରୀଙ୍କ ପାଇଁ ଏହା ସୁବିଧା ହେବ ବୋଲି କୁହାଯାଉଛି ।

ପେଟିଏମ୍ ପୋଷ୍ଟପେଡ୍ ବ୍ୟବସ୍ଥା ଏହାର ଗ୍ରାହକଙ୍କୁ ୬୦ ହଜାର ଟଙ୍କା ବିନା ସୁଧରେ ଋଣ, ୩୦ ଦିନ ପାଇଁ ଯୋଗାଇ ଦେଉଛି । ଏହାସହ ପେଟିଏମ୍ ବ୍ୟବହାରକାରୀଙ୍କୁ ସେମାନେ ମାସକ ମଧ୍ୟରେ ଖର୍ଚ୍ଚ କରିଥିବା ସମସ୍ତ ଖର୍ଚ୍ଚର ହିସାବ ମାସ ଶେଷରେ ଗୋଟିଏ ବିଲରେ ପ୍ରଦାନ କରାଯାଉଛି । ଫଳରେ ବ୍ୟବହାରକାରୀ ଉକ୍ତ ଅର୍ଥ ଥରକରେ ପୈଠ କରିପାରିବେ ଅଥବା ସେମାନଙ୍କୁ ସୁବିଧା ହେଲା ଭଳି ମାସିକ କିସ୍ତିରେ ଦେଇପାରିବେ ।

ତେବେ ବର୍ତ୍ତମାନ ସମୟରେ ‘ବାଏ ନାଓ, ପେ ଲେଟର’ ଯୋଜନାର ଗ୍ରାହକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଛି । ଏହାକୁ ଟିକେଟ୍ ବୁକିଂ, ବିଲ୍ ପୈଠ, ଦୋକାନରେ କିଣାକିଣି ଆଦି ଅନେକ ସ୍ଥାନରେ ବ୍ୟବହାର କରାଯାଇପାରିବ ।

Leave A Reply

Your email address will not be published.