mobile header

ବଡ଼ ମାଇଲଷ୍ଟୋନ ଛୁଇଁଲେ ଧୋନୀ

ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ହାସଲ କରିଛନ୍ତି। ବ୍ରାବୋର୍ନେ ଷ୍ଟାଡିୟମରେ ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମ୍ୟାଚ୍‌ ଧୋନୀଙ୍କ ପାଇଁ ଥିଲା ୩୫୦ତମ ମ୍ୟାଚ୍‌। ଏଭଳି ସଫଳତା ପାଇବାରେ ସେ ଦ୍ୱିତୀୟ ଭାରତୀୟ ଖେଳାଳି। ତାଙ୍କ ବ୍ୟତୀତ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ୩୫୦ରୁ ଅଧିକ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ଏପର୍ଯ୍ୟନ୍ତ ଟି୨୦ ଫର୍ମାଟରେ ୩୭୨ ମ୍ୟାଚ୍‌ ଖେଳିସାରିଲେଣି।

ସର୍ବାଧିକ ଟି୨୦ ମ୍ୟାଚ୍‌ ଖେଳିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ପୂର୍ବତନ ସିଏସ୍‌କେ ବ୍ୟାଟର ସୁରେଶ ରାଇନା, ଦୀନେଶ କାର୍ତ୍ତିକ ଓ ବିରାଟ କୋହଲି ଅଛନ୍ତି। ଏମାନେ ଯଥାକ୍ରମେ ୩୩୬, ୩୨୯, ୩୨୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Leave A Reply

Your email address will not be published.