mobile header

ରାହୁଲ ଗାନ୍ଧିଙ୍କ ନାମରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧା

ଉତ୍ତରାଖଣ୍ଡ ଡେରାଡୁନ୍‌ର ଜଣେ ୭୮ ବର୍ଷୀୟ ବୃଦ୍ଧା ତାଙ୍କର ସବୁ ସମ୍ପତ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁରେ ଉଇଲ କରିଦେଇଛନ୍ତି। ବୃଦ୍ଧା ଜଣକ ୫୦ ଲକ୍ଷ ଟଙ୍କା ସହ ୧୦ ତୋଳା ସୁନା ରାହୁଲଙ୍କ ନାଁରେ କରିଦେଇଛନ୍ତି। ଏହି ବୃଦ୍ଧା ଜଣକ ହେଉଛନ୍ତି ପୁଷ୍ପା ମୁଞ୍ଜିଳା। ଡେରାଡୁନ କୋର୍ଟରେ ପୁଷ୍ପା ତାଙ୍କ ସମ୍ପତ୍ତିର ମାଲିକାନା ରାହୁଲଙ୍କ ନାମରେ ପଞ୍ଜିକୃତ କରିଦେଇଛନ୍ତି। ପୁଷ୍ପା କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ଆଦର୍ଶ ତାଙ୍କୁ ବେଶ ପସନ୍ଦ ଆସିଛି।

ରାହୁଲ ଗାନ୍ଧି ଏବଂ ତାଙ୍କ ବିଚାରଧାରା ଦେଶକୁ ଆବଶ୍ୟକତା ରହିଛି। ରାହୁଲ ଗାନ୍ଧିଙ୍କ ଚିନ୍ତାଧାରାରେ ସେ ଖୁବ୍‌ ପ୍ରଭାବିତ। ତେଣୁ ତାଙ୍କର ସବୁ ସମ୍ପତ୍ତି ରାହୁଲଙ୍କ ନାମରେ ନାମିତ ପାଇଁ ଇଚ୍ଛା ହୋଇଥିଲା। ଏ ସମ୍ପର୍କରେ କଂଗ୍ରେସର ମେଟ୍ରୋପଲିଟାନ୍ ଅଧ୍ୟକ୍ଷ ଲାଲଚାନ୍ଦ ଶର୍ମା କହଛନ୍ତି ପୁଷ୍ପା ତାଙ୍କର ସବୁ ସମ୍ପତ୍ତି ରାହୁଲ ଗାନ୍ଧିଙ୍କ ନାମରେ ଉଇଲ କରି ଦେଇଛନ୍ତି।

Leave A Reply

Your email address will not be published.