mobile header

ଡମ୍ଫରକୁ ଦେଖି ଚଲାଉଥିଲି, ତଳେ କାର ଥିଲା ବୋଲି ଦେଖିନଥିଲି । ନରହନ୍ତା ଡ୍ରାଇଭର ଗିରଫ

ଭୁବନେଶ୍ୱର ପଳାଶୁଣି ଛକରେ ହାଇୱା ଧକ୍କାରେ କାର ଚାଳକଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲେ ହାଇୱା ଡ୍ରାଇଭର । ଗିରଫ ଅଭିଯୁକ୍ତ ଜଣକ ହେଲେ ସୌଭାଗ୍ୟ ରଞ୍ଜନ ପାତ୍ର । ଆଜି ସକାଳେ କମିଶନରେଟ୍ ପୋଲିସ୍ ତାକୁ ବେଗୁନିଆରୁ ଗିରଫ କରିଛି । ପୋଲିସ ଆଗରେ ଦୁର୍ଘଟଣା କରିଥିବା ନେଇ ସ୍ୱୀକାର କରିଛି ଡ୍ରାଇଭର । ଅସାବଧାନତା ଓ ବେପାରୁଆ ଗାଡ଼ି ଚାଳନା ପାଇଁ ଘଟିଛି ଏହି ଦୁର୍ଘଟଣା ।

ଗିରଫ ହେବା ହାଇୱା ଡ୍ରାଇଭର ସୌଭାଗ୍ୟ କିଛି ଚାଞ୍ଚଲ୍ୟକର କଥା କହିଛି । ହାଇୱା ଚଳାଇବା ବେଳେ ଅନ୍ୟମନସ୍କ ହୋଇଯାଇଥିଲି । ଡମ୍ଫରକୁ ଦେଖି ସେ ଗାଡ଼ି ଚଳାଉଥିବା କହିଛି ହାଇୱା ଡ୍ରାଇଭର୍ । ତେଣୁ କାର ଦେଖିପାରିନଥିଲି । ଦୁର୍ଘଟଣାସ୍ଥଳରେ ଗଡ଼ାଣି ଥିଲା, ସେଥିପାଇଁ ସ୍ପିଡକୁ ନିୟନ୍ତ୍ରଣ କରିପାରିନଥିଲି । ଯେଉଁ କାରଣରୁ ବ୍ରେକ୍ ମାରିବା ସତ୍ୱେ ଗାଡ଼ି ଅଟକିନଥିବା ପୋଲିସ୍ ଆଗରେ କହିଛି ଅଭିଯୁକ୍ତ ଡ୍ରାଇଭର୍ ।

ସେହିଭଳି ହାଇୱାରେ କ୍ଷମତା ଠାରୁ ଅଧିକ ସାମଗ୍ରୀ ଲୋଡ ହୋଇଥିଲା ବୋଲି ଜାଣିବାକୁ ମିଳିଛି । ଏହାଛଡା ଗାଡିର ଫିଟନେସ ଓ ପଲ୍ୟୁସନ ସାର୍ଟିଫିକେଟ ନଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.