mobile header

ବଢ଼ୁଛି ଆଧାର ଠକେଇ

ପ୍ରତ୍ୟେକ ମଣିଷର ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ପାଲଟିଥିବା ଅଧାର ବର୍ତ୍ତମାନ ଜାଲିଆତି ହେଉଥିବା ଅନେକ ଅଭିଯୋଗ ଆସିଲାଣି । ଏନେଇ ଆସନ୍ତୁ ଜାଣିବା ଆପଣ ନିଜକୁ ଏହି ଠକେଇରୁ କିପରି ସୁରକ୍ଷା ଦେଇପାରିବେ ।

୧. ଆଜିକାଲି ଆଧାର ସହ ପାନର ଲିଂକ କରାଯାଉଛି । ସେଠାରେ ମଧ୍ୟ ଏମିତି କିଛି ଠକେଇ ଦେଖିବାକୁ ମିଳୁଛି । ତେଣୁ ଆପଣ ଆପଣଙ୍କ ଆଧାର ନଂ କୌଣସି ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁନାହିଁ । ଅଜଣା ବ୍ୟକ୍ତିଙ୍କୁ ଆପଣଙ୍କ ଆଧାର ନଂ ଦେବାଦ୍ୱାରା ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

୨. ଆପଣଙ୍କ ମୋବାଇଲ୍‌ରେ ଆପଣଙ୍କ ପାଖକୁ ଆଧାର ସମ୍ବଦ୍ଧିୟ କୌଣସି ଓଟିପି ଆସିଲେ ତାହାକୁ କାହା ସହିତ ଅଂଶୀଦାର କରନ୍ତୁନାହିଁ । କାରଣ ଏହା ହେଉଛି ଠକେଇର ପ୍ରମୁଖ କାରଣ । ଅଜଣା ବ୍ୟକ୍ତିଙ୍କୁ ଆପଣ ଓଟିପି ଦେବା ଦ୍ୱାରା ଅସୁବିଧାର ସମ୍ମୁଖିନ ହୋଇପାରନ୍ତି ।

୩. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସର୍ବଦା ମୋବାଇଲ୍ ନମ୍ବରକୁ ଆଧାରରେ ଅପଡେଟ୍ ରଖନ୍ତୁ । ଯଦି ଆପଣଙ୍କର ମୋବାଇଲ୍ ନମ୍ବର କିମ୍ବା ଆଧାର ସହିତ ଲିଙ୍କ୍ ହୋଇଥିବା ଇମେଲ୍ ଆଇଡି ବିଷୟରେ ଆପଣଙ୍କର କୌଣସି ସନ୍ଦେହ ଆସେ । ତେବେ ଆଧାର ୱେବସାଇଟକୁ ଯାଇ ଯାଞ୍ଚ କରନ୍ତୁ

Leave A Reply

Your email address will not be published.