mobile header

ବିଧାୟକଙ୍କ ବିରୋଧରେ ରିପୋର୍ଟିଂ ପାଇଁ ଯାଇଥିବା ସାମ୍ବାଦିକଙ୍କ ଖୋଲାଗଲା ପୋଷାକ

ଜଣେ ବିଜେପି ବିଧାୟକଙ୍କ ବିରୋଧରେ ଚାଲିଥିବା ବିକ୍ଷୋଭକୁ ରିପୋର୍ଟିଂ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ପୁଲିସ ଅତ୍ୟାଚାର କରିଛି | ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାର କୋତୱାଲି ଥାନାରେ ଏଭଳି ଘଟଣା ଘଟିଛି |

ମିଳିଥିବା ସୂଚନା ମୁତାବକ ଏହି ଫଟୋଟି ଏପ୍ରିଲ ୨ ତାରିଖର ହୋଇଥିବାବେଳେ ଏଥିରେ ଜଣେ ରିପୋର୍ଟର, କ୍ୟାମେରାମ୍ୟାନଙ୍କ ସମେତ ନାଟ୍ୟସଂସ୍ଥାର କିଛି କଳାକାର ଅଛନ୍ତି | ଅଟକ ଥିବା ସାମ୍ବାଦିକଙ୍କ ନାମ କନିଷ୍କ ତିୱାରୀ ହୋଇଥିବାବେଳେ ସେ ଏକ ଜାତୀୟ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲର ରିପୋର୍ଟର ଭାବେ କାର୍ଯ୍ୟ କରନ୍ତି | ବାସ୍ତବରେ ଏପ୍ରିଲ ୨ ତାରିଖରେ ଇନ୍ଦ୍ରାବତୀ ନାଟ୍ୟ ସମିତିର ନିର୍ଦ୍ଦେଶକ ନୀରଜ କୁନ୍ଦରଙ୍କୁ ପୁଲିସ ଗିରଫ କରିଥିଲା |

ନକଲି ଫେସବୁକ୍ ଆଇଡି ତିଆରି କରି ବିଜେପି ବିଧାୟକ କେଦାରନାଥ ଶୁକ୍ଲା ଏବଂ ତାଙ୍କ ପୁଅ ଗୁରୁ ଦତ୍ତ ଶୁକ୍ଲାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା | ତେବେ ଏହି ଅଭିଯୋଗକୁ ଅମୂଳକ ଦର୍ଶାଇ ନାଟ୍ୟ ସମିତିର ସଦସ୍ୟମାନେ ଥାନା ସାମ୍ନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଆଉ ଏହି ଘଟଣାର ରିପୋର୍ଟିଂ କରିବାକୁ କନିଷ୍କ ପହଞ୍ଚିଥିଲେ | ଏହା ପରେ ପୁଲିସ ସାମ୍ବାଦିକଙ୍କ ସହ ସ୍ଥାନୀୟ କଳାକାରମାନଙ୍କୁ ନେଇ ହାଜତ ଭିତରେ ବନ୍ଦ କରିଦେଇଥିଲା | ପୁଲିସ ସେମାନଙ୍କ ପୋଷାକ ଖୋଲି ଦେଇଥିବାବେଳେ ଏହି ଫଟୋ ଭାଇରାଲ ହୋଇଯାଇଥିଲା |

Leave A Reply

Your email address will not be published.