କବିତା ମାହୁନ୍ତ ହେଲେ ମାଲକାନଗିରି ପୌର ପରିଷଦ ଉପାଧକ୍ଷା

ମାଲକାନଗିରି ପୌର ପରିଷଦ ଉପାଧକ୍ଷା ହେଲେ ଶ୍ରୀମତୀ କବିତା ମାହୁନ୍ତ। ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୌର ପରିଷଦ ଉପାଧ୍ୟକ୍ଷା ପଦବୀ ପାଇଁ ଶ୍ରୀମତୀ ମହୁନ୍ତ ଆବେଦନ କରିଥିବା ବେଳେ ଏହି ପଦବୀ ପାଇଁ ଅନ୍ୟ କେହି ଆବେଦନ କରି ନଥିଲେ। ଫଳରେ ଆବେଦନ ସମୟ ଶେଷ ପରେ କବିତା ମହୁନ୍ତଙ୍କୁ ଉପାଧ୍ୟକ୍ଷା ଭାବେ ଘୋଷଣା କରାଯାଇଥିଲା।

ଏହି ଅବସରରେ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନସ ମାଡକାମୀ, ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ ପଣ୍ଡା, ପୁର୍ବତନ ପୌର ଅଧକ୍ଷ ଧନୁର୍ଜୟ ମାଡକାମୀ, ସାଂସଦ ପ୍ରତିନିଧି ବି କାମେଶ୍ୱର ରାଓ, ଜିଲ୍ଲା ଯୁବ ଉପ ସଭାପତି କଣ୍ଟେଶ୍ୱର ପୋଟଲା, ଶ୍ରୀନିବାସ ରାଓ, କେ ରାହୁଲ, ରବି ରାଜେଶ, ଲଚନା ରାଓ ଓ କର୍ମକର୍ତ୍ତାଙ୍କ ସହ ବିଜୟ ଲାଭ କରିଥିବା ବିଜୁ ଜନତା ଦଳର ୧୪ ଜଣ ୱାର୍ଡ ମେ‌ମ୍ବର ସାମିଲ ଥିଲେ ।

Leave A Reply

Your email address will not be published.