mobile header

ସତ ଦେଖାଇଲେ ଶାସ୍ତି ! ସାମ୍ବାଦିକଙ୍କୁ ଧକ୍କା ମାରିଲେ, ଗୋଡରେ ବେଡି ପକାଇଲେ ।

ସାମ୍ବାଦିକଙ୍କୁ ଧକ୍କା ମାରିଲେ, ଗୋଡରେ ବେଡି ପକାଇଲେ । ଯେମିତି ଏକ ବଡ ଅପରାଧ କରିଛନ୍ତି ସାମ୍ବାଦିକ ଜଣକ । ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଛି । ବାଲେଶ୍ୱର ହସ୍ପିଟାଲରେ କନକ ନ୍ୟୁଜ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳାଇଙ୍କ ଗୋଡରେ ବେଡି ପକାଇ ଚିକିତ୍ସା କରାଯାଉଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଉ ଏଭଳି କାର୍ଯ୍ୟ କରିଛି ନୀଳଗିରି ପୋଲିସ । ଯାହା ସାଧାରଣ ଲୋକ ଉପରେ ପୋଲିସର ଦାଦାଗିରିକୁ ଦର୍ଶାଉଛି ।

ସୂଚନା ଅନୁସାରେ, ୩ ଦିନ ତଳେ ନୀଳଗିରି ବଜାରରେ ସାମ୍ବାଦିକ ଲୋକନାଥ ଦଳାଇ ଓ ନୀଳଗିରି ଥାନାର ଜଣେ ହୋମଗାର୍ଡଙ୍କ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତା ପରେ ମାମଲା ଥଣ୍ଡା ହୋଇଯାଇଥିଲା କିନ୍ତୁ ହଠାତ୍ ଗତକାଲି ନୀଳଗିରି ପୋଲିସ ଥାନାକୁ ଡାକି ପଚରାଉଚରା କରିବା ସହ ଧକ୍କା ମାରିଥିଲେ । ଖୋଦ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ସାମ୍ବାଦିକ ଲୋକନାଥଙ୍କୁ ଧକ୍କା ମାରିଥିଲେ । ଯାହାଫଳରେ ସାମ୍ବାଦିକ ଜଣକ ତଳେ ପଡିଯିବା କାରଣରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଆଉ ଏହାପରେ ଲୋକନାଥଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା ।

Leave A Reply

Your email address will not be published.