mobile header

ହୀରାକୁଦ ଜଳଭଣ୍ଡାରରେ ନୌକାବିହାର, କ୍ରୁଜ ବୋଟିଂ ସହିତ ଭାସମାନ ହୋଟେଲ ବ୍ୟବସ୍ଥା

ହୀରାକୁଦ ଜଳଭଣ୍ଡାରରେ ଗତମାସ ଠାରୁ ନୌକାବିହାରରେ କ୍ରୁଜ୍ ବୋଟିଂ ବ୍ୟବସ୍ଥା ଯୋଡ଼ି ହୋଇଥିଲା । ହେଲେ ଏବେ ଭାସମାନ ରେଷ୍ଟୁରାଣ୍ଟ ବ୍ୟବସ୍ଥା ହୀରାକୁଦ ଜଳଭଣ୍ଡାର ମଧ୍ୟରେ ମଜା ଉଠାଇ ପାରିବେ ପର୍ଯ୍ୟଟକ । ଏପରିକି ବୋଟରେ ପାଣି ମଧ୍ୟକୁ ଯାଇ ଏହି ଭାସମାନ ରେଷ୍ଟୁରାଣ୍ଟର ମଜା ପାରିବେ ପର୍ଯ୍ୟଟକ । ରାଜ୍ୟ ପର୍ଯ୍ୟଟନ ବିଭାଗର ଅନୁମତି କ୍ରମେ ଘରୋଇ ସଂସ୍ଥା ଦ୍ୱାରା ଏହି କ୍ରୁଜ୍ ବୋଟିଂ ବ୍ୟବସ୍ଥା ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ।

ହୀରାକୁଦ ଜଳଭଣ୍ଡାରରେ ୨୦୨୧ ମସିହା ଏପ୍ରିଲ ମାସ ୧ ତାରିଖରୁ ନୌବିହାର ପାଇଁ ଜଳକ୍ରୀଡ଼ା ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହୋଇଥିଲା । ହାତପାହାନ୍ତାରେ ପର୍ଯ୍ୟଟକ ତଥା ପଶ୍ଚିମ ଓଡ଼ିଶା ଏହି ଜଳକ୍ରୀଡ଼ା ମଜା ଉଠାଇ ପାରୁଛନ୍ତି । ହୀରାକୁଦ ଜଳଭଣ୍ଡାରର ରାଇଟ ଡ଼ାଇକ ବୁର୍ଲା ପଟେ ଝାକରାଣୀ ମନ୍ଦିର ଅନତି ଦୂରତାରେ ଜଳକ୍ରୀଡ଼ା ବ୍ୟବସ୍ଥା ହୋଇଛି । ଶୁକ୍ରବାର ଠାରୁ ଏହି ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ ବା ଭାସମାନ ହୋଟେଲକୁ ଉଦଘାଟନ କରାଯାଇଛି । ପର୍ଯ୍ୟଟକ ମାନଙ୍କୁ ବୋଟରେ ନେଇ ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟରେ ଛଡ଼ାଯିବ ଏବଂ ସେଠାରେ ଖାଦ୍ୟର ମଜା ଉଠାଇବା ପରେ ପୁଣି କୁଳକୁ ଆଣିବ ବୋଟ ବୋଲି ଘରୋଇ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ୨୦୦ ଟଙ୍କା ମୂଲ୍ୟ ରଖାଯାଇଛି । ଏଠାରେ ବୋଟରେ ନେବା ଆଣିବା ସହିତ ଏମ ମକଟେଲ ମାଗଣାରେ ଦିଆଯିବ ବୋଲି ସୂଚନା ମିଳିଛି । ତେବେ ଖରାଦିନେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏ ଏହି ରେଷ୍ଟୁରାଣ୍ଟ ପର୍ଯ୍ୟଟନ ମାନଙ୍କ ପାଇଁ ଖୋଲାରହିବ । ତେବେ ନୌବିହାର ସାଙ୍ଗକୁ ଏହି ଜଳକ୍ରୀଡ଼ାରେ ପାରାସେଲିଙ୍ଗ ବା ଆକାଶଛତାରେ ପାଣି ଉପରେ ବୋଟ ସହିତ ସଂଲଗ୍ନ ରହି ଉଡ଼ିବା ପରି ନିଆରା ବ୍ୟବସ୍ଥା ଗତ ୨୦୨୧ ମସିହା ଅକ୍ଟୋବର ମାସରୁ ଆରମ୍ଭ ହୋଇଛି । ଜଳକ୍ରୀଡ଼ା ବ୍ୟବସ୍ଥାରେ ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାରର ନିଳ ଜଳରାଶିର ଆନନ୍ଦ ଉଠାଇବା ପାଇଁ ନୌକାବିହାର, ଜେଟ ସ୍କି, ୱାଟର ସ୍କୁଟର, ବନାନା ବୋଟ, ବମ୍ପର ବୋଟ, ସ୍ପିଡ଼ ବୋଟ, ପାଡ଼ାଲ ବୋଟ, କାୟାକ ବୋଟ ଏବଂ ଫେମଲି ବୋଟ ଆଦିର ବ୍ୟବସ୍ଥା ପୁର୍ବରୁ ରହିଛି । ତେବେ ଏହି ବ୍ୟବସ୍ତାରେ ଗତ ମାର୍ଚ୍ଚମାସ ଠାରୁ କ୍ରୁଜ ବ୍ୟବସ୍ଥା ଯୋଡ଼ି ହୋଇଯାଇଛି ।

Leave A Reply

Your email address will not be published.