mobile header

ରେଲୱେ ଏବଂ ଡାକ ବିଭାଗ ମିଶି କରିବେ ଡୋର-ଟୁ-ଡୋର ଡେଲିଭରୀ, ଏଣିକି ଘରୁ ପଠାଇ ପାରିବେ ପାର୍ସଲ

ଭାରତୀୟ ରେଲୱେ ନିଜର ଡୋର-ଟୁ-ଡୋର ଡେଲିଭରୀ ଯୋଜନା ଲାଗୁ କରିବା ପାଇଁ ଭାରତୀୟ ଡାକ ସହ ମିଶି କାମ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ରେଲୱେ ଏବଂ ଡାକ ଏକ ମିଳିତ ପ୍ଲାଟଫର୍ମ ବିକଶିତ କରୁଛନ୍ତି। ଏଥିରେ ଡାକ ବିଭାଗ ଫାଷ୍ଟ-ମାଇଲ ଏବଂ ଲାଷ୍ଟ ମାଇଲ କନେକ୍ଟିଭିଟି ଉପଲବ୍ଧ କରାଇବ, ଅନ୍ୟପଟେ ଷ୍ଟେସନରୁ ଷ୍ଟେସନ ଯାଏଁ ଇଣ୍ଟରମିଡିଏଟ କନେକ୍ଟିଭିଟି ରେଲୱେ ଦ୍ୱାରା କରାଯିବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କଥା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏଣିକି ନିଜ ସାମନ ଆଣିବା ପଠାଇବା ପାଇଁ ରେଲୱେ ଷ୍ଟେସନର ପାର୍ସଲ ରୁମକୁ ଯାଇ ବୁକିଂ କରିବାର ଆବଶ୍ୟକତା ନାହିଁ। ରେଲୱେ ଏଣିକି ଭାରତୀୟ ଡାକ ସହ ମିଶି ସାରା ଦେଶରେ ଡୋର-ଟୁ-ଡୋର ପାର୍ସଲର ସବୁଧା ଉପଲବ୍ଧ କରାଇବ। ଏହି ଯୋଜନା ଅନୁସାରେ, ଲୋକଙ୍କ ଘରୁ ପାର୍ସଲ ଅଣାଯିବ, ବୁକ କରିବା ପରେ ରେଲୱେ ଏହାର ପରିବହନ କରିବ ଏବଂ ନିର୍ଦ୍ଧାରିତ ଠିକଣାରେ ପାର୍ସଲକୁ ପହଞ୍ଚାଯିବ । ଘରୁ ପାର୍ସଲ ଆଣିବା ଏବଂ ବୁକିଂର କାମ ଡାକ ବିଭାଗ କରିବ।

ଭାରତୀୟ ରେଲୱେ ଏବଂ ଭାରତୀୟ ଡାକ ଦ୍ୱାରା ଜେପିପିକୁ ପାଇଲଟ ପ୍ରୋଜେକ୍ଟ ଆଧାରରେ ଆରମ୍ଭ କରାଯାଇଛି। ପାଇଲଟ ଯୋଜନା ଭାବେ ସୁରତରୁ ବାରାଣସୀ ମଧ୍ୟରେ ଏହାର ଆରମ୍ଭ କରାଯାଇଛି। ୨୦୨୨, ମାର୍ଚ୍ଚ ୩୧ ତାରିଖରେ ଏହି ଯୋଜନାର ଆରମ୍ଭ କରାଯାଇଛି।

Leave A Reply

Your email address will not be published.