mobile header

ମଲ୍ୟାଶୁଣୀଙ୍କ ମହା ନବମୀ ପୂଜା ଓ ପୂର୍ଣ୍ଣାହୁତି ଦିବସ

. ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ଗ୍ରାମଦେବତୀ ମା’ମଲ୍ୟାଶୁଣୀଙ୍କ ନବମୀ ପୂଜା ଆରମ୍ଭ ହୋଇଯାଇଛି l ମାଙ୍କ ପୂଜା ପୂର୍ବରୁ ସକାଳୁ ମାଙ୍କୁ ହଳଦୀ ପାଣିରେ ଗାଧୋଇ ଦିଆଯାଇ ନାଲି ପାଟ ପିନ୍ଧାଯାଇଥାଏ l ପରେ ବିଭିନ୍ନ ପ୍ରକାରର ଫୁଲରେ ମାଙ୍କୁ ସୁନ୍ଦର ଭାବରେ ସଜାଯାଇଥାଏ l ପରେ ପରେ ମାଙ୍କୁ ବିଭିନ୍ନ ପ୍ରକାରର ଅଳଙ୍କାରରେ ଅଳଙ୍କୃତ କରାଯାଇ ନବମୀ ପୂଜା ବେଶ କରାଯାଇଥାଏ l ତାପରେ ସୂର୍ଯ୍ୟ ପୂଜା, ଗୋପୂଜା କରାଯାଇ ମା’ଙ୍କ ନବମୀ ପୂଜା କରାଯାଏ l ଆଉ ରୀତିନୀତି ଅନୁଯାଇ ଖରାବେଳେ ମାଙ୍କ ନିକଟରେ ନୀତିକାର୍ଯ୍ୟ କରାଯାଏ l ମାଙ୍କ ପୀଠରେ ଭାଗବତ ଗୀତା ପାଠ ମଧ୍ୟ ଚାଲୁ ରହିଛି l ଆଜି ମାଙ୍କ ପୂର୍ଣ୍ଣାହୁତି ଦିବସ l ଏହି ପୂର୍ଣ୍ଣାହୁତି ରାତ୍ର 11ଘଟିକା ସମୟରେ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l ଆହୁରି ମଧ୍ୟ ଭକ୍ତଙ୍କ ପାଇଁ ଆଜି ରାତ୍ରରେ ପ୍ରସାଦର ବ୍ୟବସ୍ଥା କରାଯାଇଛି l ଶେଷ ଦିନରେ ମାଙ୍କ ପାଖରେ ଅନୁଷ୍ଠାନ ପକ୍ଷରୁ ଏକ ସାଂସ୍କୃତ କାର୍ଯ୍ୟକ୍ରମ କରାଯାଇଛି l ଗାଁ ଯୁବକ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି l ଯାହାର ନାଁ “ବାଟ ହଜିଗଲା ହାଟ ମଝିରେ “ଏହି ମାଙ୍କ ତିନିଦିନ ବ୍ୟାପି ଯଂଜ୍ଞକୁ ଗ୍ରାମବାସି ମାନେ ସମସ୍ତ ନିଷ୍ଠାର ସହିତ ପାଳନ କରିଥାନ୍ତି

Leave A Reply

Your email address will not be published.