mobile header

ଦୁଇ ଗ୍ରାମବାସୀଙ୍କୁ ଚୁଆପାଣି ଭରଷା

l ଚିତ୍ରକୋଣ୍ଡା-05/04/2022-ବର୍ତ୍ତମାନ ର ପ୍ରଚଣ୍ଡ ଖରା ର ପ୍ରକୋପ ବଢ଼ି ଚାଲିଥିବା ବେଳେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ର ଚିତ୍ର ଦେଖିବାକୁ ମିଳିଛି l ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଅନ୍ତର୍ଭୁକ୍ତ ଦୁଇ ଗ୍ରାମ ଲୁଚାପାଣି ଓ କଦଳୀବନ୍ଧା ଗ୍ରାମବାସି ପାଇଁ ଜଳ ସମସ୍ୟା ଦେଖା ଦେଇଛି ଲୋକେ ଚୁଆ ଓ ଝରଣା ପାଣି ଉପରେ ନିର୍ଭର କରି ଚଳୁଛନ୍ତି l ଲୁଚାପାଣି ଗ୍ରାମରେ ପଚାଶ ପରିବାର ବାସ କରୁଥିବା ବେଳେ ଉକ୍ତ ଗ୍ରାମରେ ଗୋଟିଏ ବୋଲି ନଳକୂଅ ତାହା ପୁଣି ଅଚଳ ଲୋକେ ଗାଁ ମୁଣ୍ଡ ଠାରୁ ଦୂର ସ୍ଥାନକୁ ଯାଇ ଚୁଆ ରୁ ପାଣି ଡେ଼କଚି, ଗରା ଧରି ବୋହି ଆଣି ଛାଣି ବ୍ୟବହାର କରୁଛନ୍ତି ଲୋକେ l ସେହିଭଳି ଭାବରେ କଦଳୀବନ୍ଧା ଗ୍ରାମରେ ଚାଲିଶ ପରିବାର ବାସ କରୁଥିବା ବେଳେ ଗୋଟିଏ ମାତ୍ର ନଳକୂପ ତାହା ପୁଣି ଅଚଳ ଲୋକେ ସେହିପରି ଚୁଆ ଏବଂ ଝରଣା ପାଣିକୁ ଛାଣି ସେହି ପାଣିକୁ ବ୍ୟବହାର ଚଳୁଛନ୍ତି ଲୋକେ l ଦୀର୍ଘ ଦିନ ହେଲା ବିଭିନ୍ନ ଅଧିକାରୀ ମାନଙ୍କୁ ପାଣି ସମସ୍ୟା ଜଣାଇ ଆସୁଥିଲେ ମଧ୍ୟ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ l ଉକ୍ତ ଗ୍ରାମର ପାଣି ସମସ୍ୟା ଉପରେ ପାପରମେଟେଲା ସରପଞ୍ଚ ନରସିଂଙ୍ଗ ସିନ୍ଧେରୀ ଙ୍କୁ ସମସ୍ୟା ସମ୍ପର୍କରେ ଜଣାଇବା ପରେ ସେ ଆସନ୍ତା କାଲି ଅଚଳ ନଳକୂପ ମରାମତି କରାଇ ଉକ୍ତ ଦୁଇ ଗ୍ରାମର ପାଣି ସମସ୍ୟା ର ସ୍ଥାଇ ସମାଧାନ ପାଇଁ ଚିତ୍ରକୋଣ୍ଡା ବିଡ଼ିଓ ଙ୍କୁ ଜଣାଇ ସମସ୍ୟା ସମାଧାନ କରିବାକୁ କହିଛନ୍ତି l ଅବିଳମ୍ବେ ଜିଲା ପ୍ରଶାସନ ସ୍ୱାଭିମାନ ଅଂଚଳର ଉକ୍ତ ଦୁଇ ଗ୍ରାମର ପାଣି ସମସ୍ୟା ଦୂର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି l

Leave A Reply

Your email address will not be published.