mobile header

ନବଦିନାତ୍ମକ ଦୁର୍ଗା ପୂଜା ମହୋତ୍ସବ

। ଦେବଗଡ଼ ୧୧/୪:::: ସ୍ଥାନୀୟ ମଠ ସାହି ସ୍ଥିତ ଦୁର୍ଗା ମନ୍ଦିରରେ ନବଦିନାତ୍ମକ (ନବରାତ୍ରି ) ଦୁର୍ଗା ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି। ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ନବଦିନାତ୍ମକ ପୂଜା ଓ ଚଣ୍ଡୀ ପାଠ କରାଯାଇଥିଲା । ପ୍ରତ୍ୟେହ ମାଙ୍କୁ ବିଭିନ୍ନ ରୂପରେ ସୁସଜ୍ଜିତ କରାଯାଇ ନୀତି ନିୟମରେ ପୂଜା କରାଯାଉଥିଲା ଓ ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଭକ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିଲା। ।ଗତକାଲି ଉଦଯାପନୀ ଦିନରେ ହୋମ ଯଜ୍ଞ ସହିତ କୁଆଁରୀ ପୂଜା, ଅପରାଜିତା ପୂଜା କରାଯାଇଥିଲା । ପୂଜକ ଭାବରେ ଦୀନବନ୍ଧୁ ଶତପଥୀ କାର୍ଯ୍ୟ ତୁଲାଇଥିଲେ। ବିଭିନ୍ନ ଦିନରେ ମନୋଜ ସାହୁ, ଶଶାଙ୍କ ଝାଙ୍କର , ହରେ କୃଷ୍ଣ ସାହୁ , ରମଣୀ ଆଚାର୍ଯ୍ୟ , କମଲ ଗୁପ୍ତା , କିଶୋର ବେହେରା ,ଦୁଖଃ ବନ୍ଧୁ ସାହୁ , ଶଶାଙ୍କ ନାଗ ,ନାରାୟଣ ସାହୁ ଚିନ୍ମୟ ପ୍ରଧାନ ପ୍ରମୁଖ କର୍ତ୍ତା ଭାବେ ବସିଥିଲେ। ମନ୍ଦିର କମିଟି ଓ ସାହି ବାସିନ୍ଦା ଙ୍କ ସହଯୋଗ ରେ ପୂଜା ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.