mobile header

ପୁଅଙ୍କୁ ବାଟ ଛାଡ଼ିବେ ବୟସ୍କ ନେତା

ଆମ ପରିକା ଯାହାର ବୟସ ହୋଇଗଲାଣି ସେମାନେ ନିର୍ବାଚନରୁ ନିବୃତ ରହିବା ଦରକାର । ଯୁବକଙ୍କ ପାଇଁ ପଥ ପରିସ୍କାର କରିବା ସହ ସେମାନଙ୍କୁ ସହଯୋଗ କରିବା ଦରକାର ବୋଲି କହିଛନ୍ତି ପ୍ରଫୁଲ୍ଲ ସାମଲ ।

ଏହା ସହ ସେ କହିଛନ୍ତି, ମୁଁ କହିବିନି ମୋ ପୁଅକୁ ଟିକଟେ୍ ଦିଅ । ଯେଉଁମାନେ ଦଳ ପାଇଁ କାମ କରୁଛନ୍ତି ଏବଂ ଲୋକ ଯାହାକୁ ଗ୍ରହଣ କରୁଛନ୍ତି ଦଳ ତାଙ୍କୁ ଟିକେଟ ଦେଉ । ନିର୍ବାଚନ କ୍ଷେତ୍ରରେ ଯୁବକଙ୍କୁ ଛାଡ଼ି ଦଳକୁ ଆହୁରି ୨୦ରୁ ୩୦ ବର୍ଷ ନେଇପାରିବେ ବୋଲି ସେ କହିଛନ୍ତି । ଯୁବକ ମାନେ ଦେଶର ଭବିଷ୍ୟତ ଓ ଦଳର ମେରୁଦଣ୍ଡ । ନିର୍ବାଚନ କ୍ଷେତ୍ରରେ ସେମାନଙ୍କୁ ଅଗ୍ରାଧିକାର ଦେବା ଦରକାର ।

ସେପଟେ ବିଜେଡ଼ି ଉପସଭାନେତ୍ରୀ ତଥା ବିଧାୟିକା ଉଷା ଦେବୀ କହିଛନ୍ତି ୨୦୨୪ରେ କିଏ ଲଢିବ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ । ରାଜନୀତି ପରିବାରରୁ ଆସିଛୁ ମାନେ ରାଜନୀତି ପ୍ରତି ରୁଚି ରହିବ ବୋଲି ସେ କହିଛନ୍ତି । ଏହା ସହ ତାଙ୍କ ପୁଅ ଏତେ ଆଗକୁ ଆସିନି କିନ୍ତୁ ତାଙ୍କୁ ପଂଚାୟତ ନିର୍ବାଚନରେ ସାହାଯ୍ୟ କରିଛି । ୨୦୨୨ ପଂଚାୟତ ନିର୍ବାଚନରେ ବଦ୍ରି ପାତ୍ର, ଅନନ୍ତ ଦାଶ, ସୂର୍ଯ୍ୟ ପାତ୍ର, ମହେଶ୍ୱର ମହାନ୍ତି ଓ ରଜନୀକାନ୍ତ ସିଂଙ୍କ ପୁଅ ପଂଚାୟତ ନିର୍ବାଚନରେ ଅଗ୍ନି ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.