mobile header

ଅଧ୍ୟାପକ କରୁଥିଲେ ନଟି ଟଚ୍‌

ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ +୩ କଳାର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏଥିସହିତ ବିଭିନ୍ନ ସମୟରେ ଅଶାଳୀନ ବ୍ୟବହାର କରିବା ସହ ପାଖକୁ ଡାକି ଅଶ୍ଲୀଳ ସ୍ପର୍ଶ କରୁଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଲୋକ ଲଜ୍ଜ୍ୟ ଭୟରେ ଛାତ୍ରୀ ଜଣକ କାହାକୁ କିଛି କହିପାରୁନଥିଲେ।

ତେବେ ନିର୍ଯାତନା ଅସହ୍ୟ ହେବାରୁ ଆଜି ଛାତ୍ରୀ ଜଣକ ମୁହଁ ଖୋଲିଥିଲେ। ଏ ସମ୍ପର୍କରେ ସାଙ୍ଗମାନଙ୍କୁ କହିଥିଲେ। ଏହା ପରେ ସବୁ ପିଲା ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ପୁଲିସ କଲେଜ କ୍ୟାମ୍ପସରେ ପହଞ୍ଚିଥିଲା। ପୁଲିସ୍‌ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା। ଏହା ପରେ ଉତ୍ତେଜନା ପରିବେଶ ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ କୋର୍‌ କମିଟି ଜରିଆରେ ଏହାର ତଦନ୍ତ କରାଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି।

Leave A Reply

Your email address will not be published.