mobile header

ପାନୀୟ ଜଳ ସମସ୍ୟାର ସମାଧାନ କର, ନହେଲେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହେବ ଆମରଣ ଅନଶନ

ଅନୁଗୁଳରେ ପାରଦ ୪୦ ଡିଗ୍ରୀ ଉପରେ। ପ୍ରଚଣ୍ଡ ଖରା ସାଙ୍ଗକୁ ପାଣି ସମସ୍ୟା ଅଧିକ ଜଟିଳ କରିଛି। ପିଇବା ପାଣି ସମସ୍ୟା ନେଇ ଆଜି ବଂରପାଳ ବ୍ଲକ କୁଇଓ ଗ୍ରାମବାସୀମାନେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି। ଗ୍ରାମର ଏକାଧିକ ମହିଳା ଏବଂ ପୁରୁଷ ଗରା ମାଠିଆ ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବସିଛନ୍ତି।

ଖବର ଅନୁଯାୟୀ, ପାଣି ସମସ୍ୟା ନେଇ ୨ମାସ ହେବ ପ୍ରଶାସନକୁ ଜଣାଇଥିଲେ । ଏହାପରେ ବି କୌଣସି ସମସ୍ୟା ପ୍ରତି ଧ୍ୟାନ ଦିଆଯାଇନାହିଁ। ପ୍ରତିବର୍ଷ ମାର୍ଚ୍ଚ ମାସରୁ ମେ ମାସ ପର୍ଯ୍ୟନ୍ତ MCL ଭରତପୁର ଏରିଆରେ ପିଇବା ପାଣି ଟ୍ୟାଙ୍କର ଯୋଗେ କୁଇଓ ଏବଂ ନିକଟସ୍ଥ ଜଙ୍ଗଲ ଗାଁକୁ ଯୋଗାଇ ଦେଇଥାନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହେଲାନାହିଁ। ଯଦି ଜିଲ୍ଲାପାଳ କଥା ନ ବୁଝନ୍ତି । ତେବେ ଆଗକୁ ଆମରଣ ଅନଶନ କରିବେ ବୋଲି କୁଇଓ ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.