mobile header

ସେଦିନର କାଳ ରାତି

ରାତି ପ୍ରାୟ ୨ଟାରୁ ୩ ଟା ଭିତରେ ବଡଭାଇ, ଭାଉଜ, ଓ ପିଲାମାନେ ଶୋଇଥିବା ରୁମ୍ ଭିତରେ ପଶିଥିଲେ ସାନଭାଇ ଶିବପ୍ରସାଦ ସାହୁ । ହାତରେ କଟୁରୀ ଥିଲା । ରାତିରେ ଏମାନେ ନିଘୋଡ ନିଦରେ ଶୋଇଥିଲେ, ଆଉ ଏହା ଶିବପ୍ରସାଦଙ୍କ ପାଇଁ ସୁଯୋଗ ଥିଲା ।

ଲୋକଙ୍କ କହିବାନୁସାରେ, ଆଗ ବଡଭାଇ, ତାପରେ ଭାଉଜଙ୍କୁ ହାଣିପକାଇଥିଲେ ଶିବପ୍ରସାଦ । ଏତିକି ଭିତରେ ତିନିଜଣ ପିଲା ନିଦରୁ ଉଠିଯାଇଥିଲେ । ପାଖରେ ବାପା-ମାର ଏଭଳି ଅବସ୍ଥା ଦେଖି ବିଚଳିତ ହୋଇପଡିଥିଲେ । ଏହାପରେ କୁଆଡେ ଦୁଇଜଣ ପୁତୁରା ଓ ଝିଆରୀ ଶିବପ୍ରସାଦଙ୍କ ଗୋଡଧରିପକାଇଥିଲେ ଆଉ ନେହୁରା ହୋଇ କହିଥିଲେ ସେମାନଙ୍କୁ ଛାଡିଦିଅନ୍ତୁ । କିନ୍ତୁ ଶିବପ୍ରସାଦ ସେତେବେଳେ ସଇତାନ୍ ପାଲଟିଯାଇଥିଲେ । ତାଙ୍କୁ ଆଉ କିଛି ଦେଖାଯାଉନଥିଲା । ଗୋଟିଏ ପରେ ଗୋଟେ ପିଲାଙ୍କୁ ହାଣି ପକାଇଥିଲେ ଶିବପ୍ରସାଦ । ମାତ୍ର କିଛି ସମୟ ଭିତରେ ପୁରା ପରିବାର ସଫା ହୋଇଯାଇଥିଲା । କୁହାଯାଉଛି, ଅନେକ ଦିନ ଧରି ଦୁଇ ଭାଇ ଭିତରେ ଶତ୍ରୁତା ଲାଗିରହିଥିଲା ।

ସେମାନେ ଦୁଇଟି ପରିବାର ଗୋଟିଏ ଘରେ ରହୁଥିଲେ । ଘରେ ଗୋଟିଏ ବାଥରୁମ୍ ଓ ଟଏଲେଟ ଥିଲା, ଏହାର ବ୍ୟବହାର ନେଇ ଉଭୟ ପରିବାର ଭିତରେ ଝଗଡା ଲାଗିରହୁଥିଲା । ମୃତ ଅଲେଖ ସାହୁ କୁଆଡେ ଟଏଲେଟକୁ ତାଲା ଲଗାଇଦେଉଥିଲେ । ଏଭଳି ଘଟଣାରେ ରାଗିଯାଉଥିଲେ ଶିବପ୍ରସାଦ । ତେଣୁ ଉଭୟ ପରିବାର ଭିତରେ ପ୍ରାୟ ସବୁବେଳେ ଝଗଡା ଲାଗିରହୁଥିଲା । ଆଉ ସୋମବାର ରାତିରେ ଏହାର ପରିଣତି ସାମ୍ନାକୁ ଆସିଲା ।

ସ୍ୱାମୀ ଶିବ ପ୍ରସାଦ ବଡ଼ ଭାଇ ଅଲେଖଙ୍କ ଘରେ ପହଞ୍ଚି ଚାବି ମାଗିଥିଲେ, କିନ୍ତୁ

ସେ ନଦେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅଲେଖଙ୍କ ପରିବାର ବର୍ଗ ମିଳିମିଶି ଶିବ ପ୍ରସାଦ ଏବଂ ତାଙ୍କୁ ମାଡ଼ ମାରିଥିବା ବେଳେ ଉତ୍ତ୍‌କ୍ଷୀପ୍ତ ହୋଇ ଶିବ ପ୍ରସାଦ ବି ତାଙ୍କୁ ମାଡ଼ ମାରିଥିଲେ । ସ୍ୱାମୀଙ୍କ ସହ କେହି ନଥିଲେ କେବଳ ସେ ହିଁ ଥିଲେ । ୧୦/୧୨ ବର୍ଷ ହେଲା ଦେଡ଼ଶୁର ଅଲେଖ ଆମକୁ ନାନାଦି ହଇରାଣ କରି ଆସୁଥିଲେ । ଗତକାଲି ହିଁ ସ୍ୱାମୀ ଶିବ ପ୍ରସାଦ ତାଙ୍କ ଘରେ ପହଞ୍ôଚ ବିବାଦ ଆରମ୍ଭ କରିଥିଲେ ଏବଂ ମୋତେ ଘରେ ବାହାରପଟୁ କବାଟ ଦେଇ ତାଙ୍କ ସହ ଯାଇ ବଚସା ଆରମ୍ଭ କରିଥିଲେ । ଅଲେଖଙ୍କ ପରିବାରକୁ ହତ୍ୟା କରିସାରିବା ପରେ ଆସି ତାଙ୍କ ନିଜ ଘର କବାଟ ଖୋଲିଥିଲେ ଏବଂ କହିଥିଲେ ଏଠୁ ପଳା ନଚେତ ତୋତେ ବି ମାରି ଦେବି ବୋଲି କହିଥିଲେ ।’

Leave A Reply

Your email address will not be published.