mobile header

ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର

ସମ୍ବଲପୁରର ଧନକଉଡ଼ାର ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର ସାହୁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ଛୋଟିଆ ପଥର ଖଣ୍ଡରେ କଣ୍ଠଶିଳ୍ପୀ ଲତାମଙ୍ଗେସକରଙ୍କ ଚିତ୍ର ଏକ ଛୋଟିଆ ପଥରଖଣ୍ଡରେ ଆଙ୍କି ସମ୍ବଲପୁର ପାଇଁ ଗୌରବ ଆଣିଛନ୍ତି। ସଂଗୀତ ଜଗତର ରାଣୀ ତଥା କୋକିଳକଣ୍ଠି ଲତା ମଙ୍ଗେସକରଙ୍କର ଦେହାନ୍ତ ପରେ ଭାବବିହ୍ୱଳ ହୋଇପଡ଼ିଥିଲେ ଦେବେନ୍ଦ୍ର। ହାତର ଯାଦୁଗରୀରେ ଶ୍ରଦ୍ଧାଞ୍ଜଳି ଦେବାକୁ ମନସ୍ଥ କଲେ। ନଦୀ ପଠାରୁ ସଂଗୃହିତ ଗୋଟିଏ ଛୋଟିଆ ପଥର ଖଣ୍ଡ (୫ ସେ. ମି. / ୩.୨ ସେ.ମି.) ରେ ଅଙ୍କନ କଲେ ଲତା ଦିଦି ଙ୍କର ଚିତ୍ର। ଯାହାକି ତାଙ୍କୁ ସମୟ ନେଇଥିଲା ମାତ୍ର ୨୫ ମିନିଟ ସମୟ। ପରେ ଆଙ୍କିଥିବା ଚିତ୍ର ଟିକୁ ସାମାଜିକ ଗଣ ମାଧ୍ୟମ ରେ ପ୍ରକାଶିତ କଲେ, ଯାହାକି ବହୁତ ଆଦୃତ ହେବା ସହ ପ୍ରଶଂସିତ ହୋଇପାରିଥିଲା। କିଛି ଶୁଭେଛୁ ଏହି କୃତିକୁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ କରିବା ପାଇଁ ପ୍ରେରଣ କରିବାକୁ କହିବାରୁ, ଦେବେନ୍ଦ୍ର ତାଙ୍କର ପ୍ରୟାସ ଆରମ୍ଭ କଲେ। ଶେଷରେ ତାଙ୍କର କୃତିଟି ପଥରରେ ଆଙ୍କି ଥିବା ଛୋଟିଆ ଚିତ୍ର ଭାବରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ ହୋଇଛି।

ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବୁଧବାର ତାଙ୍କର କାର୍ଯାଳୟରେ ଦେବେନ୍ଦ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ନବୀନ ସାହୁ ଓ ବିଳାସିନୀ ସାହୁଙ୍କ ପୁତ୍ର ଦେବେନ୍ଦ୍ର ଦଶମ ଶ୍ରେଣୀରେ ପାଠ ପଢୁଥିଲା ବେଳୁ ଧନୁପାଲି ସ୍ଥିତ “କଳା ଓ କଳାକାର” ଚିତ୍ରକଳା ଶିକ୍ଷାନୁଷ୍ଠାନରୁ ଚିତ୍ରକଳା ଶିକ୍ଷା ଆରମ୍ଭ କରିଥିଲେ। ବର୍ତ୍ତମାନ “ଉଡାନ ଇନଷ୍ଟିଚ୍ୟୁଟ ଅଫ ଆର୍ଟ”ରେ ଚିତ୍ରକଳା ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। ସେ ନିଜ ପ୍ରୟାସରେ ଅନେକ ଚିତ୍ରଶିଳ୍ପୀ ସୃଷ୍ଟି କରିପାରିଛନ୍ତି।

Leave A Reply

Your email address will not be published.