mobile header

କୁନି ଧାବକ ରୋହିତ

ବୟସ ମାତ୍ର ଆଠ ବର୍ଷ। ସେଥିରେ ଦୈନିକ ସକାଳୁ ୧୦ ରୁ ୧୨ କିଲୋମିଟର ଦୌଡ଼ୁଛନ୍ତି କୁନି ଧାବକ ରୋହିତ। ଏହି ବାଳକ ଜଣକ ହେଉଛନ୍ତି ବଡ଼ଚଣା ବ୍ଲକ୍‌ ଦର୍ପଣ ପଞ୍ଚାୟତ ତଥା ଦର୍ପଣ ଗ୍ରାମର ନିର୍ମଳ ବେହେରାଙ୍କ ବଡ଼ପୁଅ ରୋହିତ। ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ରୋହିତ ଗତ ୬ ମାସ ତଳୁ ଦୌଡ଼ ଅଭ୍ୟାସ କରୁଛନ୍ତି। ପ୍ରତିଦିନ ସକାଳୁ ତାଙ୍କ ଗାଁ ଦର୍ପଣ ଠାରୁ ସେ ଚଣ୍ଡିଖୋଲ ଛକ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଦୌଡ଼ି ଦୌଡ଼ି ଆସିଥାନ୍ତି। ଦୌଡ଼ିବା ସମୟରେ ସେ କୌଣସି ସ୍ଥାନରେ ବିଶ୍ରାମ ନେଇ ନଥାନ୍ତି।ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କ ବାପା ନିର୍ମଳ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଛନ୍ତି। ପୁଅକୁ ପ୍ରଶିକ୍ଷଣ ଦିଆ ଯାଇପାରିଲେ ସେ ଆହୁରି ଆଗକୁ ଯାଇ ପାରନ୍ତା ବୋଲି କହନ୍ତି। କଠିନ ପରିଶ୍ରମ କରି ଭବିଷ୍ୟତରେ ବୁଦ୍ଧିଆ ସିଂ ପରି ସୁନାମ ଅର୍ଜନ କରିବେ ବୋଲି ମଧ୍ୟ ରୋହିତ ଆଶା ରଖିଛନ୍ତି। ଲକ୍ଷ୍ୟପୂରଣ ଦିଗରେ ରୋହିତଙ୍କୁ ସରକାର ସହଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.