mobile header

ଅସ୍ପୃଶ୍ୟତା କେବଳ କଥା ଓ ଭାଷଣରେ ଦୂର ହୁଏ ନାହିଁ, ନିବିଡ଼ ସମ୍ପର୍କ ଆବଶ୍ୟକ

ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳ ଗ୍ରସ୍ତ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମୀକ୍ଷା କରିବା ଅବସରରେ ଆଜି ଦ୍ୱିତୀୟ ଦିବସରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରଜଙ୍ଗ ଗ୍ରସ୍ତ କରିଥିଲେ । ପରଜଙ୍ଗରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ବେଳେ ପରଜଙ୍ଗ ଜହ୍ନାପଡା ଦଳିତ ବସ୍ତି ଯାଇ ଲୋକମାନଙ୍କ ସହ ମିଶି ସମସ୍ୟା ବୁଝିଥିଲେ କେନ୍ଦ୍ର ମନ୍ତ୍ରୀ ।

ତେବେ ଏହି ଅବସରରେ ଜହ୍ନା ପଡା ଦଳିତ ବସ୍ତିର ଶରତ ନାଏକ ନାମକ ଦଳିତ ପରିବାର ସହ ମିଶି ଶାଗ ଭାତ ଖାଇ କେନ୍ଦ୍ରମନ୍ତ୍ରୀ ମହାନତା ଦେଖାଇଛନ୍ତି । ତାଙ୍କ ଗରିବ କୁଟୀରରେ ପାଦ ପକାଇ ଜଣେ କେନ୍ଦ୍ରମନ୍ତ୍ରୀ ତଳେ ବସି ତାଙ୍କ ପରିବାର ସଦସ୍ୟ ଓ ଅନ୍ୟମାନଙ୍କ ସହ ମିଶି ଭାତ, ଶାଗ ଖାଇବା ଘଟଣାରେ ନିଜକୁ ବେଶ ଗର୍ବିତ ଅନୁଭବ କରି ଖୁସିରେ ଗଦ ଗଦ ହୋଇଛନ୍ତି ଏହି ଦଳିତ ପରିବାର ଓ ବସ୍ତି ବାସିନ୍ଦା ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ଯାଇ କଥା ଓ ଭାଷଣ ବାଜିରେ ସମାଜରୁ ଅସ୍ପୃଶ୍ୟତା ଦୂର ହୁଏ ନାହିଁ । ଏହାକୁ ଦୂର କରିବାକୁ ହେଲେ ସେମାନଙ୍କ ସହ ନିବିଡ଼ ସମ୍ପର୍କ ରହି ମିଳାମିଶା କରିବା ସହ ସମନ୍ୱୟ ରକ୍ଷା କରିବା ଉଚିତ । ବାବା ସାହେବ ଆମ୍ବେଦକରଙ୍କ ଆଜିର ଜନ୍ମ ଜୟନ୍ତୀ ଅବସରରେ ନିଜେ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟରେ ଦେଖାଇ ଏପରି ଆହ୍ୱାନ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.