mobile header

ମାଲକାନଗିରି ନୀତି ଆୟୋଗ ଡେଲଟା ରେଙ୍କିଙ୍ଗରେ ତୃତୀୟ

ମାଲକାନଗିରି ନୀତି ଆୟୋଗ ଡେଲଟା ରେଙ୍କିଙ୍ଗରେ ତୃତୀୟ
ମାଲକାନଗିରି,୧୩/୪): ମାଲକାନଗିରି ଜିଲ୍ଲା ନୀତି ଆୟୋଗ ଡେଲଟା ରେଙ୍କିଙ୍ଗରେ ତୃତୀୟ ସ୍ଥାନ ହାସଲ କରିଥିବା ନେଇ ସୂଚନା ମିଳିଛି।ଚଳିତ ୨୦୨୨ ଫେବୃୟାରୀ ମାସ ପାଇଁ ଭାରତର ୫ଟି ଉନ୍ନତି ମୂଳକ କାର୍ଯ୍ୟରେ ସବୁଠାରୁ ବେଶୀ କାର୍ଯ୍ୟ କରିଛି ସେହି ଜିଲ୍ଲାମାନଙ୍କୁ ନୀତି ଆୟୋଗ ତରଫରୁ ଚମ୍ପିୟାନ ବୋଲି ଘୋଷଣା କରାଯାଇଛି।ଜିଲ୍ଲାର ରାସ୍ତାଘାଟ,ଗୃହ ନିର୍ମାଣ,ବ୍ରିଜ ନିର୍ମାଣ,ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଇତ୍ୟାଦିରେ ଭାରତର ଆସାମ ରାଜ୍ୟର ଉଦଲଗିରି ପ୍ରଥମ ହୋଇଥିବା ବେଳେ କର୍ଣ୍ଣାଟକର ୟାଦଗିର ଦ୍ବିତୀୟ,ଓଡିଶାର ମାଲକାନଗିରି ତୃତୀୟ,ଛତିଶଗଡର ସୁକମା ଜିଲ୍ଲା ଚତୁର୍ଥ ଏବଂ ବିହାର ରାଜ୍ୟର ପୂର୍ଣ୍ଣିମା ଜିଲ୍ଲା ପଞ୍ଚମ ସ୍ଥାନରେ ରହିଛି।ମାଲକାନଗିରି ଜିଲ୍ଲା ବିକାଶ କ୍ଷେତ୍ରରେ ଆଗେଇ ଚାଲିଥିବାରୁ ନୀତି ଆୟୋଗର ଡେଲଟା ରେଙ୍କିଙ୍ଗରେ ତୃତୀୟ ହୋଇଥିବା କୁହାଯାଇଛି।ମାଲକାନଗିରି ଏହି ରେଙ୍କିଙ୍ଗରେ ତୃତୀୟ ସ୍ଥାନ ହାସଲ କରିଥିବାରୁ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।ଏଥିପାଇଁ ଜିଲ୍ଲାବାସୀଙ୍କୁ ଶ୍ରେୟ ଦିଆଯାଇଛି।ଆଗକୁ ମଧ୍ୟ ଏଭଳି ଦୃତ ଗତିରେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବ ବୋଲି କୁହାଯାଇଛି।

Leave A Reply

Your email address will not be published.