mobile header

ଭାରତୀୟ ସଡ଼କରେ ଖୁବ୍ ଶୀଘ୍ର ଦୌଡିବ ଇଲେକ୍ଟ୍ରିକ ଚାଳିତ ଟ୍ରକ୍ ‘ଓଲେକ୍ଟ୍ରା

ମାଲ ପରିବହନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ଓଲେକ୍ଟ୍ରା ଗ୍ରୀନଟେକ୍ ଲମିଟେଡ୍। ଶୁକ୍ରବାର ଇଲେକ୍ଟ୍ରିକ୍ ଟ୍ରକ୍ ବର୍ଗରେ ବିସ୍ତାର ଲାଗି ୬X୪ ହେଭି ଡ୍ୟୁଟି ଇଲେକ୍ଟ୍ରିକ ଟିପରର ପରୀକ୍ଷଣ ଆରମ୍ଭ କରିଦିଆଯାଇଛି। ଇଲେକ୍ଟ୍ରି ବସ୍ ନିର୍ମାଣରେ ଅଗ୍ରଣୀ ତଥା ମାର୍କେଟ ଲିଡର ଓଲେକ୍ଟ୍ରା ଏବେ ଟ୍ରକ୍ ନିର୍ମାଣରେ ପ୍ରବେଶ କରିଛି ଓ ଏହାକୁ ପ୍ରୋଟୋଟାଇପ୍ ହେଭି ଡ୍ୟୁଟି ଇଲେକ୍ଟ୍ରିକ ଟିପର ପ୍ଲାଟଫର୍ମରେ ନିର୍ମାଣ କରାଯାଉଛି।

ଓଲେକ୍ଟ୍ରା ପ୍ରଥମ ଭାରତୀୟ ଟ୍ରକ୍ ଯାହା ଥରେ ପୁର୍ଣ୍ଣ ଚାର୍ଜ ହେଲେ ୨୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହି ଟ୍ରକକୁ ସସପେନସନ୍ ଟ୍ରିପର ସହିତ ନିର୍ମାଣ କରାଯାଉଛି। ଯାହା ୨୫ ପ୍ରତିଶତରୁ ଅଧିକ ଉଠାଣୀ ଅଥବା ଗଡାଣୀ ସଡକରେ ଚାଲିବାକୁ ସକ୍ଷମ। ଖୁବ୍ ଶୀଘ୍ର ଏହି ଟ୍ରକର ନିର୍ମାଣକାର୍ଯ୍ୟ ଆରମ୍ଭ କରିଦିଆଯିବ। ଓଲେକ୍ଟ୍ରାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କେ.ଭି ପ୍ରଦୀପ ଏହି ପରୀକ୍ଷଣ ସମ୍ପର୍କରେ ସୂଚନା ଦେଇ ଏହା ସଫଳ ହୋଇଥିବା କହିଛନ୍ତି।

Leave A Reply

Your email address will not be published.