mobile header

ଜରାଜୀର୍ଣ୍ଣ ବିଦ୍ୟାଳୟ କୋଠା ମରାମତି କଲେ ଯୁବ ଗୋଷ୍ଠୀ

ଦେବଗଡ଼ ୧୫/୪:::::: ଦେବଗଡ଼ ପୌରାଞ୍ଚଳ ୫ ନମ୍ବର ୱାର୍ଡରେ ଥିବା ପ୍ରାଥମିକ ବିଦ୍ୟାଳୟ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଥିଲା । ଏହାର ପୁନଃଉଦ୍ଧାର ପାଇଁ ସାହି ବାସିନ୍ଦାଙ୍କ ବାରମ୍ବାର ଅନୁରୋଧ ସତ୍ୱେ ସୁଧାର ନହେବାରୁ ଶେଷରେ ଆଜି ଏକ ଯୁବଗୋଷ୍ଠୀ ଏହି କାର୍ଯ୍ୟ ନିଜ ହାତକୁ ନେଇଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ୫ ନମ୍ବର ୱାର୍ଡରେ ଥିବା ପ୍ରାଥମିକ ବିଦ୍ୟାଳୟଟି ୧୯୬୩ ମସିହାରେ ସ୍ଥାପିତ ହୋଇଥିଲା। ପୌରାଞ୍ଚଳରେ ଥିବା ପୁରୁଣା ସ୍କୁଲ କୋଠା ମଧ୍ୟରେ ଅନ୍ୟତମ ଏହି ସ୍କୁଲ ରକ୍ଷଣବେକ୍ଷଣ ଅଭାବରୁ ଜରାଜୀର୍ଣ ହୋଇ ଭୂତ କୋଠି ପାଲଟି ଥିବାବେଳେ ଏହାକୁ ଟୀକାକରଣଠାରୁ ଭୋଟ ଗ୍ରହଣ କେନ୍ଦ୍ର ଭାବେ ପ୍ରଶାସନ ବ୍ୟବହାର କରିଆସୁଛି । ମାତ୍ର ରକ୍ଷଣବେକ୍ଷଣ ପ୍ରତି ଧ୍ୟାନ ନଦେବା କାରଣରୁ ବିଦ୍ୟାଳୟର କଳା ପଟା ଧଳା ହୋଇ ଯାଇଥିବାବେଳେ ଆଜବେଷ୍ଟ ଛାତ ଫାଟି ଯାଇଛି ।

ମରାମତି ପାଇଁ ସାହି ବାସିନ୍ଦା ଅନୁରୋଧ କରି ନିରାଶ ହେବା ଦେଖି ନୂତନ ଭାବେ ବିଜେଡି ଦଳ ପକ୍ଷରୁ କାଉନସିଲର ନିର୍ବାଚିତ ହୋଇଥିବା ଯତୀନ ନାୟକଙ୍କ ସମେତ ସ୍ୱେଛାସେବୀ ରାଜକିଶୋର ଦାସ ଓ ଶୁକଦେବ ଭଞ୍ଜ ପ୍ରମୁଖ ‘ହ୍ୟାପି ଟୁ ହେଲ୍ପ’ ଫାଉଣ୍ଡେସନର ସଦସ୍ୟ ଙ୍କ ନିଜସ୍ୱ ପାଣ୍ଠିରୁ ସ୍କୁଲର ଆଜବେଷ୍ଟ ବଦଳାଇବା ସହ ରଙ୍ଗ ଓ ମରାମତି କାମ ଶ୍ରମ ଦାନ କରି ଆଜି ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।ଯୁବ ଗୋଷ୍ଠୀ ଙ୍କ ଏପରି ମହତ କାମ କୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି।

Leave A Reply

Your email address will not be published.