mobile header

ରାଷ୍ଟ୍ରପତି ପୁଟିନଙ୍କ ଗାଳି ପରେ ପ୍ରତିରକ୍ଷା ମନ୍ତ୍ରୀ ହୃଦଘାତର ଶିକାର :

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦଘାତ । ତେବେ ଏହା ସ୍ୱାଭାବିକ କାରଣରୁ ନୁହେଁ ବୋଲି ଜଣାପଡିଛି । ଅର୍ଥାତ ସ୍ୱାସ୍ଥ୍ୟଗତ ସମସ୍ୟାରୁ ନୁହେଁ ବରଂ କୌଣସି ଚାପରୁ ଏଭଳି ହୃଦଘାତ ହୋଇଥିବା ବ୍ରିଟିସ ଖବରକାଗଜ ଡେଲିମେଲରେ ରିପୋର୍ଟ ପ୍ରକାଶ ପାଇଛି । ବୁଧବାର ବ୍ଲାକ ସିରେ ରୁଷିଆ ଯୁଦ୍ଧ ଜାହାଜକୁ ବିସ୍ପୋରଣ କରି ୟୁକ୍ରେନ ସେନା ବୁଡାଇଦେବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭୀଷଣ କ୍ଷୁବ୍ଧ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଏହାପରେ ସେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କୁ ପ୍ରବଳ ଗାଳି କରିଥିଲେ ।

ଯାହା ଫଳରେ ତାଙ୍କର ହୃଦଘାତ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ରୁଷିଆ-ୟୁକ୍ରେନ ଯୁଦ୍ଧ ୫୧ଦିନରେ ପହଂଚିଥିବାବେଳେ ଏପର୍ଯ୍ୟନ୍ତ ରୁଷିଆକୁ ବିଶେଷ ସଫଳତା ମିଳିପାରି ନାହିଁ । ଏଥିରେ କ୍ଷୁବ୍ଧ ହୋଇ ରାଷ୍ଟ୍ରପତି ପୁଟିନ ପ୍ରତିରକ୍ଷା ବିଭାଗର ପ୍ରାୟ ୨୦ଜଣ ଜେନେରାଲଙ୍କୁ ଗିରଫ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅନ୍ୟଏକ ରୁପୋର୍ଟରେ ଏକ ବଡଧରଣ ଦୁର୍ନୀତି ପାଇଁ ଏମାନଙ୍କୁ ଗିରଫ କରାଯାଇଥିବା ଦାବି କରାଯାଇଛି । ଫେଡେରାଲ ସିକ୍ୟୁରିଟି ସର୍ଭିସର ୧୫୦ଜଣ ଅଫିସରଙ୍କୁ ମଧ୍ୟ ଏହି ଦୁର୍ନୀତି ମାମଲାରେ ପୁଟିନ ଗିରଫ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.