mobile header

ମୋଦି ସରକାରଙ୍କ ଅର୍ଥନୈତିକ ସଂସ୍କାର କାରଣରୁ ଗରୀବ ଲୋକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଛି: ଡ.ଲେଖାଶ୍ରୀ

ସମାଜର ତଳସ୍ତରରେ ବାସ କରୁଥିବା ସବୁଠୁ ଗରୀବ ଲୋକ କିଭଳି ବିକାଶର ଲାଭ ପାଇପାରିବ ଏବଂ ଗରୀବଙ୍କ ଉତ୍‌ଥାନକୁ ପ୍ରାଥମିକତା ଦେଇ କେନ୍ଦ୍ରରେ ମୋଦି ସରକାର କାର୍ଯ୍ୟରତ । ୨୦୧୪ ମସିହା ପୂର୍ବରୁ ଉପା ସରକାର ସମୟରେ ଦେଶର ଅର୍ଥନୀତି ସଂପୂର୍ଣ୍ଣ ଦୁର୍ବଳ ଥିଲା । ଅନ୍ତଦ୍ୟୋୟକୁ ପ୍ରାଥମିକତା ଦେଇ ଆର୍ଥିକ ଦୁର୍ବଳ ଅନଗ୍ରସର ଲୋକମାନଙ୍କୁ ଦେଶର ଆର୍ଥିକ ଅର୍ଥନୈତିକ ବ୍ୟବସ୍ଥା ସହ ଯୋଡି ହେବା ପାଇଁ ମୋଦି ସରକାର ବହୁ ସଂସ୍କାର ଆଣିଛନ୍ତି ଏବଂ ଏହା ଦ୍ୱାରା ଗରୀବ ଲୋକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିଛି । ବର୍ତମାନ ବିଭିନ୍ନ ସରକାରୀ ଯୋଜନାର ଲାଭ ସିଧାସଳଖ ହିତାଧିକାରୀମାନଙ୍କ ପାଖକୁ ପହଂଚିପାରୁଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ବତ ନବେ ଦଶକରେ ଆରମ୍ଭ ହୋଇଥିବା ଅର୍ଥନୈତିକ ସଂସ୍କାରକୁ ବିଶ୍ଳେଷଣ କଲେ ପ୍ରଧାନମନ୍ତ୍ରୀ ଶ୍ର୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଳିଷ୍ଠ ଅର୍ଥନୀତି ସଂସ୍କାରକ ଭାବେ ଉଭା ହେବେ । ଅନ୍ୟ ପଟେ ଯୋଜନାବଦ୍ଧ ଭାବେ ଚଂଚକତା କରି ଗରୀବଙ୍କ ଟଙ୍କାକୁ ହଡପ୍ କରିବାର ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଗରୀବମାରଣ ନୀତିକୁ ସ୍ପଷ୍ଟ କରୁଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଜରିବାରେ ଦେଶର ୪୫କୋଟିରୁ ଅଧିକ ଗରିବ ଲୋକଙ୍କର ବ୍ୟାଙ୍କ ଆକାଉଂଟ ଖୋଲାଯାଇ ପ୍ରାୟ ୧ଲକ୍ଷ ୭୬ ହଜାର ୮୦୦ କୋଟି ଟଙ୍କା ଡିପୋଜିଟ ହୋଇଛି । ସମୁଦାୟ ଜନଧନ ଖାତାର ୫୫ ପ୍ରତିଶତ ହେଉଛନ୍ତି ମହିଳା । ଓଡିଶାରେ ୭୪ଲକ୍ଷ ୨୦ ହଜାର ୬୬୫ ପରିବାରର(୯୯.୮୫ ପ୍ରତିଶତ) ବ୍ୟାଂକ ଆକାଉଂଟ ରହିଛି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବ୍ୟାଂକ ଆକାଉଂଟଧାରିଙ୍କୁ ବାର୍ଷିକ ମାତ୍ର ୧୨ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କାର ମାଗଣା ଦୁର୍ଘଟଣା ବୀମା ସୁବିଧା ଯୋଗାଇ ଦିଆଯାଉଛି ଏବଂ ବର୍ତମାନ ସୁଦ୍ଧା ୨୮.୧୯ କୋଟି ଲୋକ ଉପକୃତ ହୋଇଛନ୍ତି । ଜନଧନ-ଆଧାର-ମୋବାଇଲକୁ ଯୋଡିବା ଫଳରେ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିଛି । ଡିବିଟି କାରଣରୁ ଆର୍ଥକ ସହାୟତା ବାଟମାରଣା ହୋଇନପାରି ସିଧାସଳଖ ବ୍ୟାଂକ ଆକାଉଂଟକୁ ଆସୁଛି ଏବଂ ଗରୀବ ଓ ବଂଚିତମାନଙ୍କ ଆର୍ଥିକ ସୁରକ୍ଷା ସୁନିଶ୍ଚିତ ହୋଇଛି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ୩୩୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁରକ୍ଷା ମିଳୁଛି । ଅଟଳ ପେନସନ ଯୋଜନାରେ ୬୦ ବର୍ଷ ପରେ ମାସିକ ପେନସନ ଗ୍ୟାରେଂଟି ଦେଉଛି ଏବଂ ବର୍ତମମାନ ସୁଦ୍ଧା ୪ କୋଟିରୁ ଉର୍ଦ୍ଧ୍ୱ ପଂଜିକୃତ ହୋଇଛନ୍ତି । ସେହିପରି ମୁଦ୍ରା ଯୋଜାନାରେ ୩୪.୪୨କୋଟି ଋଣ ଆକାଉଂଟ ଜରିଆରେ ଉଦ୍ୟୋଗୀମାନଙ୍କୁ ୧୮.୬୦ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଉଠା ଦୋକାନୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ସହଜ ଲଘୁ-ଋଣ ଜରିଆରେ ବର୍ତମାନ ସୁଦ୍ଧା ୩୦ଲକ୍ଷ ଉଠାଦୋକାନୀଙ୍କୁ ୩୨୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ ଉଦ୍ୟୋଗ ପ୍ରତିଷ୍ଠା ଲାଗି ୧.୩୫ଲକ୍ଷ ଅନୁସୁଚିତ ଜାତି ଓ ଜନଜାତିବର୍ଗ ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ୧୪୫୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ଦୀନଦୟାଲ-ଅନ୍ତଦ୍ୟୋୟ ରାଷ୍ଟ୍ରୀୟ ଜୀବିକା ମିଶନ ଯୋଜନାରେ ବର୍ତମାନ ସୁଦ୍ଧା ଦେଶର ୮.୨୪ କୋଟି ଗ୍ରାମୀଣ ମହିଳାମାନଙ୍କୁ ୭୫.୬୫ ଲକ୍ଷ ଏସଏଚଜି ଜରିଆରେ ଆର୍ଥିକ ସଶକ୍ତିକରଣ କରାଯାଇଛି ଏବଂ ଆଗାମୀ ୨୦୨୪ ମସିହା ସୁଦ୍ଧା ଏହି ସଂଖ୍ୟାକୁ ୧୦ କୋଟି କରିବା ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି । ୨.୯୪ କୃଷକଙ୍କୁ କିଶାନ କାର୍ଡ ଜରିଆରେ ୩.୨୨ଲକ୍ଷ କୋଟି ଟଙ୍କାର କ୍ରେଡିଟ ସୁବିଧା ଯୋଗାଇ ଦିଆଯାଇଛି । ଝିଅ ପିଲାଙ୍କ ଭବିଷ୍ୟତକୁ ଧ୍ୟାନ ରଖିି ସୁକନ୍ୟା ସମୃଦ୍ଧି ଯୋଜନାରେ ସର୍ବାଧିକ ସୁଧ ସହିତ ୨.୭୩ କୋଟି ଆକାଉଂଟ ଜରିଆରେ ୧.୧୯ ଲକ୍ଷ କୋଟି ଟଙ୍କାର ସଂଚିତ କରାଯାଇଛି । କେବଳ ବ୍ୟାଂକ ଜରିଆରେ ନୁହେଁ ବରଂ ଅପହଂଚଚ ଅଂଚଳରେ ପୋଷ୍ଟ ଅଫିସ ଜରିଆରେ ବ୍ୟାଂକିଂ ସୁବିଧା ଯୋଗାଇ ଦିଆଯାଉଛି । ମୋଦି ସରକାରଙ୍କ ଆର୍ଥିକ ସଂସ୍କାର କାରଣରୁ ଦେଶର ଜିଡିପି ୧୦ ପ୍ରତିଶତରୁ ଅଧିକ ଅଛି, ରପ୍ତାନୀ ୪୦ ବିଲିୟନ ଡଲାରରେ ପହଂଚିଛି, ବିଦେଶ ପୁଂଜିନିବେଶ ବୃଦ୍ଧି ପାଇଛି । ଜିଏସଟି, ଶ୍ରମ, ବ୍ୟାଂକ, ଜମି ଓ କୃଷି କ୍ଷେତ୍ର ଇତ୍ୟାଦିର ଅର୍ଥନୀତି ଉପରେ ପରିଣାମ ସୁଦୁର ପ୍ରସାରୀ ହେବ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଅନ୍ୟ ପଟେ ଡିବିଟି କାରଣରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ଦୁର୍ନୀତିଗ୍ରସ୍ତ ଶାସକ ବିଜେଡି ଚଂଚକତା କରି କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ହରିଲୁଟ୍ କରୁଛି । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ରାଜ୍ୟ ଶାସନ ଗାଦିକୁ ଜାବବୁଡି ଧରିବା ପାଇଁ ଗରିବଙ୍କ ଲୋକଙ୍କ ସରଳତାର ସୁଯୋଗ ନେଉଛନ୍ତି । ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ଆର୍ଥିକ ସହାୟତାକୁ ନିଜ ଯୋଜନା କହି ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ପ୍ରତି କେଜି ଚାଉଳ ପିଛା ୨୯ ଟଙ୍କା ହିସାବରେ ସମସ୍ତ ହିତାଧିକାରଙ୍କ ଟଙ୍କା ବାବଦରେ କେନ୍ଦ୍ର ସରକାର ନିଜ ଅଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରୁଛନ୍ତି । ମାତ୍ର ରାଜ୍ୟ ସରକାର କେଜି ପ୍ରତି ୧୫ ଟଙ୍କିଆ ଚାଉଳ ଯୋଗାଇ ବଳକା ୧୫ ରୁ ୧୭ ଟଙ୍କା ହଡପ୍ କରୁଛନ୍ତି । ଏହା କେବଳ ମହାଦୁର୍ନୀତି ନୁହେ, ବରଂ ଗରୀବଲୋକଙ୍କ ପ୍ରତି ପ୍ରତାରଣା ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
କେବଳ କ୍ଷମତାକୁ ଆସିବା ପାଇଁ ନୁହେଁ, ବରଂ ଗରୀବଙ୍କ ପ୍ରକୃତ ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ମୋଦୀ ସରକାଙ୍କ ଅର୍ଥନୈତିକ ସଂସ୍କାର ଦ୍ୱାରା କିପରି ଓଡ଼ିଶାରେ ଲୋକେ ଉପକୃତ ହେବେ ଓ ଗରିବ, ଖଟିଖିଆ ଓ ମହିଳାଙ୍କ ସମୃଦ୍ଧି ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରିବାକୁ ଡ.ଲେଖାଶ୍ରୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ଶ୍ରୀ ବଳଭ୍ରଦ ମାଝୀ ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.