mobile header

ଜଗା ଦର୍ଶନ ହେଲା ଶେଷ ଦର୍ଶନ – ମନ୍ଦିରରେ ଦର୍ଶନ ବେଳେ ଅଚେତ ହୋଇ ଚାଲିଗଲା ପ୍ରାଣ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀ ମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ । ଏପରି ଏକ ଘଟଣା ଆଜି ଶ୍ରୀମନ୍ଦିରରେ ଘଟିଛି । ଛତିଶଗଡ଼ର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଭକ୍ତ ଜଣକ ମା’ ବିମଳାଙ୍କ ଦର୍ଶନ ପାଇଁ ଯିବା ବେଳେ ଅଚେତ ହୋଇପଡ଼ିଥିଲେ । ସେଠାରୁ ତାଙ୍କୁ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ପର୍ଯ୍ୟଟକଙ୍କ ନାଁ ଓ୍ୱାଇ.ଜି ମୂର୍ତ୍ତି ହୋଇଥିବା ବେଳେ ତାଙ୍କ ବୟସ ୭୨ ବର୍ଷ ବୋଲି ସୂଚନା ମିଳିଛି । ସେ ଛତିଶଗଡ଼ର ବାସିନ୍ଦା ।

Leave A Reply

Your email address will not be published.