mobile header

୭ ଟ୍ରାକ୍ଟର ପୋଡ଼ିଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ହିଂସା । ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ୭ଟି ଟ୍ରାକ୍ଟରକୁ ପୋଡ଼ି ଦେଇଛନ୍ତି ମାଓବାଦୀ । ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ରାସ୍ତା ନିର୍ମାଣ କାର‌୍ୟ୍ୟ ଚାଲିଥିଲା। ଏହାକୁ ବିରୋଧ କରି ମାଓବାଦୀମାନେ ରବିବାର ରାତିରେ ଠିକା କମ୍ପାନୀର କ୍ୟାମ୍ପ୍‌ରେ ପହଞ୍ଚି ୭ଟି ଟ୍ରାକ୍ଟରରେ ନିଆଁ ଲଗାଇ ପୋଡିଦେବା ସହ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ।

ସୂଚନା ପାଇ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଅପର ପକ୍ଷରେ ରବିବାର ବିଳମ୍ବିତ ରାତିରେ କୁଟରୁ ଥାନା ଦରଭା ପୋଲିସ କ୍ୟାମ୍ପ ଉପରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିଲେ। ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା ସହ ବୋମା ବିସ୍ଫୋରଣ କରାଯାଇଥିଲା। ଦୀର୍ଘ ଚାରି ଘଣ୍ଟା ଧରି ସୁରକ୍ଷା କର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ନକ୍ସଲ ଆକ୍ରମଣରେ ଚାରି ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଦୁଇ ଜଣଙ୍କୁ ଏୟାର୍ ଲିଫ୍ଟ କରି ରାୟପୁର ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.