mobile header

ହିନ୍ଦୁମାନଙ୍କୁ କହିଲେ ଅଧିକ ଛୁଆ ଜନ୍ମ କର

ଅଖିଳ ଭାରତୀୟ ସନ୍ଥ ପରିଷଦର ହିମାଚଳ ପ୍ରଦେଶ ପ୍ରଭାରୀ ୟତି ନରସିଂହାନନ୍ଦ ସରସ୍ୱତୀ କହିଥିଲେ ଯେ, ଭାରତ ଏକ ଲୋକତାନ୍ତ୍ରିକ ଦେଶ, କାରଣ ଏହା ହିନ୍ଦୁ ବହୁଳ। ସେ ହିମାଚଳ ପ୍ରଦେଶର ଉନା ଜିଲ୍ଲାର ମୁବାରକପୁରରେ ସଙ୍ଗଠନର ତିନି ଦିନିଆ ଧର୍ମ ସଂସଦର ପ୍ରଥମ ଦିନରେ ଯୋଗଦେଇ ମୁସଲମାନମାନେ ନିୟୋଜିତ ରୂପେ ଅଧିକ ଛୁଆ ଜନ୍ମ କରି ନଜ ଜନସଂଖ୍ୟା ବଢ଼ାଉଥିବା ସେ ଦାବି କରିଛନ୍ତି। ଏଥିପାଇଁ ଆମ ସଙ୍ଗଠନ ଭାରତକୁ ଇସଲାମିକ ଦେଶ ହେବାରେ ରୋକିବା ପାଇଁ ହିନ୍ଦୁମାନଙ୍କୁ ଅଧିକ ଛୁଆ ଜନ୍ମ କରିବାକୁ କହିଥିବା ନରସିଂହାନନ୍ଦ କହିଛନ୍ତି।

ଏହି ସଭାରେ ଆୟୋଜକମାନେ ହିନ୍ଦୁମାନଙ୍କୁ ଅସ୍ତ୍ର ଉଠାଇବା ପାଇଁ ଖୋଲା ଆହ୍ୱାନ ଦେଇଛନ୍ତି। ସଭାର ଅନ୍ୟତମ ଆୟୋଜକ ସତ୍ୟଦେବ ସରସ୍ୱତୀ ଏନଡିଟିଭିକୁ କହିଛନ୍ତି ଯେ ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା ତେଣୁ ଏଠାରେ ପ୍ରଶାସନର ଅନୁମତି ନେବା ଆବଶ୍ୟକ ନାହିଁ।

Leave A Reply

Your email address will not be published.