mobile header

ପୁଣି ଆନ୍ଦୋଳନକୁ ଓହ୍ଳାଇଲା ଡ୍ରାଇଭର ମହାସଂଘ

ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଓଡ଼ିଶା ଡ୍ରାଇଭର ଆସୋସିଏସନ୍ । ୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ସଂଘ । ୩୦ ଜିଲ୍ଲାର ଗାଡି ଚାଳକମାନେ ରାଜଧାନୀରେ ବିଶାଳ ସମାବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗତକାଲି ରାତିରୁ ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଭୁବନେଶ୍ୱର ଆସିଥିବା ଦେଖିବାବୁ ମିଳିଛି ।

ସୂଚନା ମୁତାବକ, ପୂର୍ବରୁୁ ଡ୍ରାଇଭର ଆସୋସିଏସ୍ ୧୦ ଦଫା ଦାବି ନେଇ ଭୁବନେଶ୍ୱର ପଦଯାତ୍ରା କରିଥିଲା । ବୁଝାସୁଝା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥଲା ସଂଘ । ପଂଚାୟତ ନିର୍ବାଚନ ପରେ ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ନିର୍ବାଚନ ପରେ ସେମାନଙ୍କ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନ ନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଗାଡି ଚାଳକଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବା, ୮ ଘଂଟା କାର୍ଯ୍ୟ କରିବା, ୧୦୦ କିଲୋମିଟର ମଧ୍ୟରେ ବସ ପାର୍କିଂ ପାଇଁ ବବସ୍ଥ୍ୟା ଆଦି ସେମାନଙ୍କର ଦାବି ରହିଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳମାନଙ୍କୁ ଦାବି ଜଣାଇଥିଲା ମହାସଂଘ। ଏହାପରେ ୨୦୨୧ ଅକ୍ଟୋବରରେ ଡ୍ରାଇଭରମାନେ ଏହି ସବୁ ଦାବିରେ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିବା ସହ ନବୀନ ନିବାସ ଘେରିବାକୁ ପଦଯାତ୍ରା କରିଥିଲେ। ଏ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ବିହିତ ପଦକ୍ଷେପ ନିଆଯାଇନଥିବାରୁ ଭୁବନେଶ୍ବରରେ ପୁଣି ଶକ୍ତି ପ୍ରଦର୍ଶନ କରୁଛି ଓଡିଶା ଡ୍ରାଇଭର ମହାସଂଘ।

Leave A Reply

Your email address will not be published.