mobile header

ଥିଲେ ସରପଞ୍ଚ…ଏବେ ପେଟ୍ରୋଲ ପମ୍ପରେ ଦିନ ମଜୁରିଆ

ଝାଟିପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋପାଳ ନାଇକ ପେଟ୍ରୋଲ ପମ୍ପରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଦିନକୁ ୮ଘଣ୍ଟା ଡ୍ୟୁଟି କରନ୍ତି ଓ ଲୋକଙ୍କ ଗାଡ଼ିରେ ତେଲ ପକାନ୍ତି। ମାସିକ ଆଠ ହଜାର ଟଙ୍କା ପାଇ ପରିବାର ପ୍ରତିପୋଷଣ କରନ୍ତି। ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ସେଥିରେ କଷ୍ଟେ ମଷ୍ଟେ ଚଳନ୍ତି। ସେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ ଦାୟୀତ୍ୱରେ ଥିଲେ। ୫ବର୍ଷ ସରପଞ୍ଚ ଆସନରେ ବସି ଲୋକଙ୍କ ପାଇଁ ସେବା କରୁଥିଲେ ଏବେ ତେଲ ଟାଙ୍କିରେ ସେବା ଯୋଗାଉଛନ୍ତି । ସୂଚନା ଯୋଗ୍ୟ ଯେ ୨୦୧୩ରେ ସେ​ ସରପଞ୍ଚ ଥିବାବେଳେ ଇନ୍ଦିରା ଆବାସ ଯୋଜନାରେ ନିଜ ସ୍ତ୍ରୀଙ୍କ ନାମରେ ତାଙ୍କୁ ଏକ ଘର ଯୋଗାଇ ଦିଆଯାଇଥିଲା । ସେ ଜମିହୀନ ଓ ଅତ୍ୟନ୍ତ ଗରିବ ଶ୍ରେଣୀର, ସରପଞ୍ଚ ଥିବାବେଳେ ସ୍ଥିତି ଯେମିତି ଥିଲା ଏବେବି ସେମିତି ଅଛି । ପେଟ ଚାଖଣ୍ଡକ ପାଇଁ ସେ ପେଟ୍ରୋଲ ପମ୍ପରେ ତିନି ବର୍ଷ ହେଲା କାମ କରୁଛନ୍ତି ବୋଲି ସେ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିଛନ୍ତି। ଯଦି କିଛି ସରକାରୀ ସାହାୟତା ମିଳେ ତେବେ ପୂର୍ବତନ ସରପଞ୍ଚ ହିସାବରେ ଆଦର୍ଶର ସହ ବଞ୍ଚିବି ବୋଲି କହିଛନ୍ତି ଗୋପାଳ

Leave A Reply

Your email address will not be published.