mobile header

ସ୍ୱୟଂ ସହାୟକ ଗୋଷ୍ଠୀ କୁ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ସ୍ୱୟଂ ସହାୟକ ଗୋଷ୍ଠୀ କୁ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ l

ଚିତ୍ରକୋଣ୍ଡା:-18/04/2022-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ପଞ୍ଚାୟତ ଜିପିଏଲପି ଗୃହ କକ୍ଷରେ ଚିତ୍ରକୋଣ୍ଡା ବ୍ଲକ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ମାଲକାନଗିରି ଜିଲା ଆରଏସଇଟିଇ ସହାୟତାରେ ଚିତ୍ରକୋଣ୍ଡା ପଞ୍ଚାୟତ ର ପଚିଶ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀର ଚାଳିଶ ରୁ ଉର୍ଦ୍ଧ ମହିଳା ଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ କୁ ବିଭିର୍ଣ୍ଣ ତାଲିମ ଦେବା ନିମନ୍ତେ ଏକ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀର ମହିଳା ମାନେ କିଭଳି ବିଭିର୍ନ ତାଲିମ ଯଥା ଅଗରବତୀ, କ୍ୟାଣ୍ଡେଲ ଏବଂ ଛତୁ, ହଳଦୀ ଚାଷ ଇତ୍ୟାଦି ଭଳି ବିଭିର୍ଣ୍ଣ ଯୋଜନା କୁ ନେଇ ଜୀବିକା ପରିବର୍ତ୍ତନ କରି ରୋଜଗାର ରେ ବୃଦ୍ଧି କରିବାକୁ ଏକ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଆରଏସଇଟିଇ ର ସଂଯୋଜକ ବିପିନ ଶତପଥି, ବିପିଏମ ପର୍ଶୁରାମ ବେହେରା, ବିଏଲସି ସୋମନାଥ କୁମ୍ଭାର ଏବଂ ଚିତ୍ରକୋଣ୍ଡା ପଞ୍ଚାୟତ ଏମବିକେ ଓ ସିଆରପି ଉପସ୍ଥିତ ଥିଲେ l

Leave A Reply

Your email address will not be published.