xmas

ବିଜେଡିର ୨୦୨୪ ପ୍ରସ୍ତୁତି : ନବୀନ ନିବାସରେ ଶନିବାର ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ, ସୁପ୍ରିମୋ ଦେବେ ସୁତ୍ର

ପାଖାପାଖି ଦୁଇ ବର୍ଷ ଆଗରୁ ଆରମ୍ଭ ହେଲା ପ୍ରସ୍ତୁତି । ବିଜେଡିର ମିଶନ ୨୦୨୪ ରଣନୀତି ପାଇଁ ପ୍ରଥମ ବୈଠକ । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଶନିବାର ବସିବ ଦଳର ଜିଲ୍ଲାଓ୍ୱାରୀ ପର୍ଯ୍ୟବେକ୍ଷକଙ୍କ ବୈଠକ । ନବୀନ ନିବାସରେ ଜିଲ୍ଲାଓ୍ୱାରୀ ବୈଠକ ନେବେ ନବୀନ । ନିଜେ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା କରିବେ ସୁପ୍ରିମୋ ।

ତେବେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ବିଜେଡି ପର୍ଯ୍ୟବେକ୍ଷକ ବୈଠକରେ କିଛି ପରିବର୍ତ୍ତନ ହେବାର ଆଶଙ୍କା ମଧ୍ୟ ରହିଛି । ଏପିରିକି ଯେଉଁ ଜିଲ୍ଲାମାନଙ୍କରେ ପ୍ରଦର୍ଶନ ଭଲ ରହିନାହିଁ । ଏହି ବୈଠକରେ ସାଙ୍ଗଠନିକ ସ୍ତରରେ ଅଦଳବଦଳ ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ଦଳ ସୁପ୍ରିମୋ କଣ ନିଷ୍ପତ୍ତି ନେଉଛନ୍ତି । ତାହା ପର୍ଯ୍ୟବେକ୍ଷକ ବୈଠକ ପରେ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.