mobile header

ପୋଲିସ ପଞ୍ଝାରେ ହାଇଓ୍ୱେ ଲୁଟେରା, ମଞ୍ଚେଶ୍ୱର ଥାନାରେ ଚାଲିଛି ପଚରାଉଚରା

ପୋଲିସ ପଞ୍ଜାରେ ଦୁଇ ହାଇୱେ ଲୁଟେରା । ଲୁଟ ପାଟ ବେଳେ ସପ୍ତଶତୀ ମନ୍ଦିର ପାଖରୁ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପିସିଆର୍‌ ଭ୍ୟାନ୍‌ । ଥାନାରେ ପଚରାଉଚରା କରୁଛି ପୋଲିସ ।

ଖବର ଅନୁଯାୟୀ, ଭୁବନେଶ୍ୱର-କଟକ ରାସ୍ତାରେ ଗାଡି ଅଟକାଇ ଲୁଟ୍‌ କରୁଥିଲେ । ଏପିରିକି ଲୋକଙ୍କୁ ନିଶା ଖାଇବା ମଧ୍ୟ କରିଚାଲୁଥିଲେ ଲୁଟ୍‌ । ଏନେଇ କମିଶନରେଟ୍‌ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ ଲଗାତର ଭାବେ ଏମାନଙ୍କ ଉପରେ ନଜର ରଖିଥିଲା । ଏହିକ୍ରମରେ ଆଜି ସପ୍ତଶତୀ ମନ୍ଦିର ନିକଟରେ ଲୁଟ୍‌ ପାଟ୍‌ କରୁଥିବା ବେଳେ କାବୁ କରିଥିଲା ପିସିଆର୍‌ ଭ୍ୟାନ୍‌। ଉଭୟଙ୍କୁ ମଞ୍ଚେଶ୍ୱର ଥାନାରେ ପଚରାଉଚରା କରୁଛି ପୋଲିସ । ଗିରଫ ୨ ଅଭିଯୁକ୍ତଙ୍କ ନାମ ରାଜେଶ ସ୍ୱାଇଁ ଏବଂ ଜାନୀ ଖାନ ବୋଲି ଜଣାପଡିଛି । ଦୁହିଁଙ୍କ ଠାରୁ ବ୍ରାଉନସୁଗାର ଜରି ମିଳିଥିବା ସୂଚନା ମିଳିଛି ।

Leave A Reply

Your email address will not be published.