mobile header

ସଡକ ଦୁର୍ଘଟଣା, ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର !

Mahanga -23-04-2022

ଆଙ୍ହାଙ୍ଗା ଥାନା କୁଆଁପାଳ ନିକଟରେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ରାସ୍ତାରେ ଆଜି ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି !
ବାଇକ ଓ କାର ମଧ୍ୟରେ ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ହୋଇପଡିବା ଜଣାପଡିଛି !
ତେବେ ଧର୍ମଶାଳା ଥାନା କୋତପୁର ଅଂଚଳର ବିଚିତ୍ର ରାଉଳ ଓ ତା’ଙ୍କ ଗ୍ରାମର ଅନ୍ୟ ୩ଜଣ ଶିଳ ଚକି ବେପାରୀ ମାହାଙ୍ଗା ଅଂଚଳରୁ ନିଜ ନିଜର ବ୍ୟବସାୟ କାମ ସାରିବା ପରେ ଘରକୁ ଫେରିବା ବାଟରେ କୁଆଁପାଳ ପୋଲ ନିକଟରେ ବିଚିତ୍ରଙ୍କ ବାଇକ ସହ ବ୍ରହ୍ମବରଦା ଅଂଚଳକୁ ଯାଉଥିବା ଏକ କାର ସାମ୍ନା ସାମନି ଧକ୍କା ହେବାରୁ ବିଚିତ୍ରଙ୍କ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗି ଯିବା ଦେଖିବାକୁ ମିଳିଥିଲା !
ସ୍ଥାନୀୟ ଲୋକେ ବିଚିତ୍ରଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମାହାଙ୍ଗା ସରକାରୀ ହସ୍ପିଟାଲ ଓ ସେଠାରୁ ଏସସିବିକୁ ନେବା ସୂଚନା ମିଳିଛି !

ମାହାଙ୍ଗା ରୁ ଅମରେନ୍ଦ୍ର ସିଂହ ଙ୍କ ରିପୋର୍ଟ

Leave A Reply

Your email address will not be published.