mobile header

ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ସରକାରୀ ବସ ଯାତ୍ରା କାଲିମେଳା ଠାରୁ ଭଞ୍ଜନଗର


କାଲିମେଳା ତା ୨୪/୪ ଆଦିବାସୀ ଅଧ୍ୟୁଷିତ ମାଲକାନଗିରିର ଜିଲ୍ଲାର ଉପାନ୍ତ ଦୁର୍ଗମ କାଲିମେଳାସଦର ମହକୁମାର ମୁଖ୍ଯ ବସଷ୍ଟାଣ୍ଡ ରୁ ଦୀର୍ଘ ଦିନ ଧରି କାଲିମେଳା ଠାରୁ ଭଞ୍ଜନଗର କୁ ଓଡିଶା ସରକାରଙ୍କ ଓଏସଆରଟିସି ର ଲାଲ ରଙ୍ଗର ଓଡି୩୨ସି-୨୫୨୨ ନମ୍ବର ବିଶିଷ୍ଟ ଗୋଟିଏ ପୁରୁଣା ଭଙ୍ଗା ଦଦରା ବସ ପ୍ରତି ଦିନ ୬୦୦ କିଲୋମିଟର ଏଠାରୂ ଯାତ୍ରୀ ନେଇ ବାହାରୂଛି। ଯାହାକି ପ୍ରତିଦିନ କାଲିମେଳା ବସଷ୍ଟାଣ୍ଡ ରୁ ଭଞ୍ଜନଗର ସମାନ ଦିନ ୧:୪୫ ରୁ ବାହାରୁଛି ଆଉ ଭଞ୍ଜନଗର ଯାଇ ତହିଁଆରଦିନ ସକାଳ ୭:୩୦ ରେ ପହଞ୍ଚୁଛି ପାଖାପାଖୀ ୫୯୯ କିଲୋମିଟର ଦୂରତା ରହୁଛି।ଗୋଟିଏ ବସ ଗଲେ ଆଉ ଗୋଟିଏ ବସ ଯାଉଛି ଆସୁଛି ଦୁଇଟି ଯାକ ବସର ଅବସ୍ଥା ସମାନ ରହିଛି ।କିନ୍ତୁ ଏହି ବସ ଅଞ୍ଚଳର ଜନସାଧାରଣଙ୍କ ସେବାରେ ଲାଗିଛି ଓ ତହିଁରେ ଯାତ୍ରା କରିବାର ସୁଯୋଗ ଜନସାଧାରଣଙ୍କୁ ଦେଉଛି ସତ। ଏହି ରାସ୍ତାରେ ବସ ଚାଲିଲେ କଣ ହେବ। ଉକ୍ତ ବସର ସମସ୍ତ ସିଟ ଗୁଡିକ ଭାଙ୍ଗିଯାଇଛି, ହ୍ୟାଣ୍ଡ ରେଷ୍ଟ ନାହି ସିଟ ରେ ,ଓ ଯାତ୍ରୀମାନେ ସିଟରେ ବସିଲେ ଖସିପଡୁଛନ୍ତି। ଓ ବସର ଅଧାରୁ ଅଧିକ ସିଟର କଭର ଚିରି ଫାଟି ଯାଇଛି। ଯାହାକୁ ନେଇ ଏତେ ଦୁରତା ଯାତ୍ରାଅତ୍ଯନ୍ତ କଷ୍ଟକର କାରଣ ପ୍ରତିଦିନ ଭଲମନ୍ଦ ଲୋକଙ୍କ ସହିତ ଅଧିକାଂଶ ଯାତ୍ରୀ ରୋଗାଗ୍ରସ୍ତ ଯାତ୍ରୀ ରୋଗୀ ମାନେ ଯାତ୍ରା କରୁଛନ୍ତି ଯାହାକି ସାରା ରାସ୍ତାରେ ବସିଥିବା ସିଟ ରୁ ଖସି ପଡି ଯାତ୍ରା କରୁଛନ୍ତି। ଏକ ରେ ରୋଗୀମାନେ ଅନ୍ଯ ପଟେ ବହୁ କଷ୍ଟ ରେ ଯାତ୍ରା କରି ଯାଇ ଚିକିତ୍ସା ପାଇ ବ୍ରହ୍ମପୁର ରେ ପହଞ୍ଚି ଚିକିତ୍ସିତ ହେଉଛନ୍ତି ଯାହାକି ଏହି ବସରେ ଭଲ ଲୋକ କିମ୍ବା ରୋଗାଗ୍ରସ୍ତ ଲୋକଙ୍କ ପାଇଁ ଯାତ୍ରା କଷ୍ଟ ହେଉଥିବା ନେଇ ଅଭିଯୋଗ ହୋଇଛି। ବିଶେଷ କରି ଏହି ବସରେ ଯାତ୍ରା କଲା ବେଳେ ଯଦି ବସ ରାସ୍ତାର କୌଉଠି ଟିକେ ଛେଛି ହେଲେ ସିଟ ରୁ ଗଦି ଅଲଗା ହୋଇ କି ଯାତ୍ରୀ ମାନେ ସିଟରୁ ତଳକୁ ଖସି ଲାଜ ଲଜ୍ଜିତ ହୋଇ ପରଷ୍ପର ମୁହଁକୁ ଦେଖୀ ଉଠିକି ସିଟ ଗଦି ଠିକରେ ବସିଯାଉଛନ୍ତି ବୋଲି ଯାତ୍ରୀ ମାନେ ପ୍ରକାଶ କରିଛନ୍ତି ।ଅନ୍ଯପଟେ ଏହି ବସରେ ଥିବା ଲଗେଜ କେବିନ ମଧ୍ଯ ଭାଙ୍ଗିଯାଇଛି ଯେଉଁଥିରେ ଯାତ୍ରୀମାନେ ଜିନିଷ ରଖୀଲେ ଖସିଯାଉଛି ।ସାମାନ ରଖୀବାରେ ମଧ୍ଯ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଯାତ୍ରୀ ମାନେ। ଏ ନେଇ ସମ୍ପୃକ୍ତ ବସର କଣ୍ଡକ୍ଟର ଙ୍କୁ ପଚରାହେଲା ଯେ ଆପଣ ସମାନ ଭଡା ଯାତ୍ରୀ ମାନଙ୍କ ଠାରୁ ନେଉଛନ୍ତି କିନ୍ତୁ ଓ କାହିଁକି ଏପରି ଭଙ୍ଗା ଦଦରା ପୁରୂଣା ବସରେ ଲୋକ ମାନଙ୍କୁ ପ୍ରତିଦିନ ନେଉଛନ୍ତି କହିବାରୁ ସେ କହିଲେ ଆଜ୍ଞା ଆମେ କଣ କରୁବୁ ଆମେ ହେଲୁ କର୍ମଚାରୀ ଆମ ବିଭାଗ ଯେଉଁ ବସ ଦେଇ ଯିବାକୁ କହିଲେ ଆମେ ତହିଁରେ ଆସୁଛୁ ଡ୍ଯୁଟିରେ ବୋଲି ଗଣମାଧ୍ୟମ ସମ୍ମୁଖ ରେ ପ୍ରକାଶ କରିଛନ୍ତି
ଅନ୍ଯପଟେ ଏହି ବସଟି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଦେଇ ଯାଉଛି ଯାହାକି ଅଧିକ କିଲୋମିଟର ହେବା ସହିତ ଟ୍ଯାକ୍ସ ମଧ୍ଯ ଅଧିକ ଦେବାକୁ ପଡୁଛି ନନ ଏସି ବସରେ। ଯଦି ଏହି ବସଟିର ରାସ୍ତା ପରିବର୍ତ୍ତନ କରି ଏସି ଲାଗିଥିବା ବସଟିଏ ର ବ୍ଯବସ୍ଥା କରାଯାଇ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ରାସ୍ତାର ପରିବର୍ତ୍ତନ କରାଯାଇ ଓଡ଼ିଶା ରାସ୍ତା ଦେଇ ଯିବା ପାଇଁ ଏସି ବସର ବ୍ଯବସ୍ଥା କରାଗଲେ ଓଏସଆରଟିସି ତରଫରୁ ସମାନ ଭଡାରେ ଯାତାୟତ କରି ଯାତ୍ରୀମାନେ ଉପକୃତ ହୋଇ ଥାନ୍ତେ ବୋଲି ଅଞ୍ଚଳବାସୀ ମତ ସାବ୍ୟସ୍ତ କରିଛନ୍ତି। ଓ ବସର ଅଧିକ ଟେକ୍ସ କିଲୋମିଟର ମଧ୍ଯ କମିଥାନ୍ତା ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଉଛି। ତେଣୁ ତୁରନ୍ତ ଏହି କାଲିମେଳା ରୁ ଭଞ୍ଜନଗର ଯାଉଥିବା ଭଙ୍ଗା ଦଦରା ପୁରୁଣା ବସଟି ରଖୀ ନୂତନ ବସର ବ୍ଯବସ୍ଥା କରାଯିବା ଲାଗି ଦାବି ଜଣାଇଛନ୍ତି ଅଞ୍ଚଳ ର ଯାତ୍ରୀମାନେ। ଏ ସଙ୍କ୍ରାନ୍ତ ରେ ବ୍ରହ୍ମପୁର ର ଓଏସଆରଟିସି OSRTC ବିଭାଗ ର ଏଟିଏମ ଶ୍ରୀ ରବିନ୍ଦ୍ର ବେହେରା ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଲେ ଯେ ପୂର୍ବ ରୁ ବସର ଅବସ୍ଥା ଖୋରାପ ସମ୍ପର୍କ ରେ କୌଣସୀ ଖବର ନଥିଲା ବର୍ତ୍ତମାନ ମୁ ବସଟିର ଅବସ୍ଥା ଖୋରାପ ଜାଣିଲି ଏଣିକି ତୁରନ୍ତ ଗାଡିଟିର ମରାମତି କରି କି ପଠେଇବୁ ବୋଲି ଗଣମାଧ୍ୟମ ସମ୍ମୁଖ ରେ ମତ ପ୍ରକାଶ କରିଛନ୍ତି।
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.