mobile header

ମୁହଁ ଲୁଚାଇ ବୁମ ଠେଲି ଚାଲି ଗଲେ

ଜୟପୁର କୋର୍ଟ ରେ ହାଜର ହେଲେ ଡାବୁଗାଁ ବିଜେଡ଼ି ବିଧାୟକ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ବିଧାୟକ ହେବା ପୂର୍ବରୁ ନନ୍ଦାହାଣ୍ଡି ପଞ୍ଚାୟତ ସମିତି ରେ କିରାଣୀ ରୂପେ କାର୍ଯ୍ୟରତ ଥିଲେ l 2004 ରୁ 2009 ମଧ୍ୟରେ ଗୋଦାମ ଦାୟିତ୍ବ ରେ ଥିବା ଶ୍ରୀ ରନ୍ଧାରୀ ଫୁଟ୍ ଫର ୱର୍କ ଆବାସ ଯୋଜନା ରେ ଲୁହା ଛଡ଼, ସିମେଣ୍ଟ ଓ ଚାଉଳ ର ହେରଫେର ନେଇ ଯେଉଁ ଦୁର୍ନୀତି କରିଥିଲେ ତାର ଅନୁସନ୍ଧାନ ପାଇଁ ତତ୍ କାଳୀନ ବିଧାୟକ ସ୍ବର୍ଗତ ହବିବୁଲ୍ଲା ଖାନ ଏକ ପିଟିସନ ଦାୟର କରିଥିଲେ ଏବଂ ଏହି ତଥ୍ୟ କୁ ଆଧାର କରି ତତ୍ କାଳୀନ ଜିଲ୍ଲାପାଳ 2008 ରେ ଏକ ସ୍ଥାନୀୟ ଅଡିଟ କରାଇବା ସହ ପଞ୍ଚାୟତ ରାଜ ବିଭାଗ କୁ ଅଡିଟ ନିମନ୍ତେ ନିର୍ଦେଶ ଦେଇଥିଲେ l ସରକାର ଙ୍କ ଦ୍ଵାରା ଅଡିଟ କରି ପ୍ରଥମ ଦଫା ରେ 58,475 ଟଙ୍କା ଓ ଦ୍ଵିତୀୟ କିସ୍ତି ରେ ଗୃହ ନିର୍ମାଣ ବାବଦ ରେ 4,81,577 ଟଙ୍କା ଅନାବଶ୍ୟକ ଖର୍ଚ୍ଚ ଦର୍ଶା ଯାଇଛି l ଏଥିରେ କାହାକୁ କେତେ ଲୁହା ଛଡ଼, ସିମେଣ୍ଟ ଦିଆ ଯାଇଛି ତାର ବିସ୍ତୃତ ରିପୋର୍ଟ କଂଗ୍ରେସ ପାଖରେ ଅଛି l 9/11/2009 ରେ confidential section letter ନୋ 93/2009 ରେ ସରକାର ଙ୍କ ଅଡିଟ 13/1951 ଆଧାର ରେ ତାଙ୍କୁ ଦୋଷୀ ବୋଲି ଦାୟୀ କରାଯାଇଥିଲା ଏବଂ ଆଜି ଏହି ଘଟଣା କୁ ନେଇ ସେ କୋର୍ଟରେ ହାଜର ମଧ୍ୟ ହୋଇଥିଲେ କିନ୍ତୁ ଗଣମାଧ୍ୟମ କୁ ମୁହଁ ଲୁଚାଇ କୌଣସି ପ୍ରତିକ୍ରିୟା ନ ରଖି ବୁମ ଠେଲିବା ସହ ଗୋଟିଏ ଗାଡ଼ିରେ ଆସି ଗୋଟିଏ ଗାଡ଼ିରେ ଚାଲି ଗଲେ ।

Leave A Reply

Your email address will not be published.