ମହିଳାଙ୍କ ନାଁ ହେଉଛି ସିଲସିଲା ବେହେରା । ତାଙ୍କ ନାଁରେ ଅଭିଯୋଗ ଆସିଛି କି ସ୍ବାମୀଙ୍କୁ ଛାଡି ସେ ଡ୍ରାଇଭର ସହ ପାପ ସମ୍ପର୍କ ରଖିଥିଲେ । ଏଥିପାଇଁ ନିଜ ସ୍ଵାମୀ ବିନାୟକ ବେହେରାଙ୍କୁ ମଧ୍ୟ ରାସ୍ତାରୁ ହଟେଇବା ପାଇଁ ସେ ସୁପାରି ଦେଇଥିବା ତାଙ୍କ ସ୍ଵାମୀ ନିଜେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସ୍ଵାମୀଙ୍କ ବିରୋଧରେ ମୁହଁ ଖୋଲୁଛନ୍ତି ସିଲସିଲା ।
ସେ କହିଛନ୍ତି କି ତାଙ୍କର ନୁହେଁ ବରଂ ତାଙ୍କ ସ୍ଵାମୀଙ୍କର ଆଫେୟାର ଥିଲା । ଯାହାର ସଂପୂର୍ଣ୍ଣ ପ୍ରମାଣ ତାଙ୍କ ପାଖରେ ଅଛି । ଦୀର୍ଘ ୨୦ ବର୍ଷ ଧରି ବିନାୟକ ବେହେରା ଓ ସିଲସିଲା ବେହେରା ବିବାହିତ ଜୀବନଯାପନ କରି ଆସୁଥିଲେ । କିନ୍ତୁ ସ୍ବାମୀଙ୍କ କହିବା ମୁତାବକ ତାଙ୍କ ସ୍ତ୍ରୀ ଡ୍ରାଇଭର ସହ ଆଫେୟାର କରି ଫେରାର ହୋଇଯାଇଛି । ଗତ ତିନି ବର୍ଷ ହେବ ବିନାୟକ ଓ ସିଲସିଲା ଅଲଗା ରହୁଛନ୍ତି ।
କିଛିଦିନ ତଳେ କିଛି ଗୁଣ୍ଡା ତାଙ୍କୁ ନିଛାଟିଆ ସ୍ଥାନରେ ଷ୍ଟିଲ ଓ ପ୍ଲାଷ୍ଟିକ ପାଇପରେ ପିଟି ମାରିବାକୁ ଚେଷ୍ଟା କରିବା ବେଳେ ସେଠାରୁ ପ୍ରାଣ ବିକଳରେ ବିନାୟକ ଦୌଡି ପଳେଇ ଆସିଥିଲେ । ଏହାପରେ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ତାଙ୍କୁ ଜୀବନରୁ ମାରି ତାଙ୍କ ସ୍ତ୍ରୀ ସବୁ ସମ୍ପତ୍ତିର ମାଲିକାଣୀ ହୋଇ ଡ୍ରାଇଭର ସହ ରହିବାକୁ ଯୋଜନା କରୁଥିବା ସେ ଅଭିଯୋଗ କରୁଛନ୍ତି । କିନ୍ତୁ ସିଲସିଲା ଏହାକୁ ଅସ୍ଵୀକାର କରୁଛନ୍ତି ।
ସେ କହୁଛନ୍ତି କି ତାଙ୍କ ସ୍ଵାମୀ ନିଜେ ଅଲଗା ଆଡେ ଆଫେୟାର ରଖିଛନ୍ତି ଯାହାଫଳରେ ସେମାନେ ତିନି ବର୍ଷ ହେଲା ଅଲଗା ରହି ଆସୁଛନ୍ତି । ଆଉ ଏବେ ଏମିତି ଅଭିଯୋଗ ତାଙ୍କ ନାଁରେ ଆଣି ଆମ ୧୭ ବର୍ଷର ପୁଅର ଜୀବନ ବରବାଦ କରୁଛନ୍ତି । ବିନାୟକ ତାଙ୍କ ଏଫଆଇଆର ରେ ସ୍ପଷ୍ଟ ଲେଖିଛନ୍ତି କି ଅନ୍ଧାର ହୋଇଥିଲା ସେ ଭଲ ଭାବେ କିଛି ଦେଖି ପାରି ନାହାନ୍ତି । ଯଦି ସେ କିଛି ଦେଖି ନାହାନ୍ତି ତେବେ ଡ୍ରାଇଭରର ନାଁ କେମିତି ଆସିଲା ବୋଲି ସିଲସିଲା ପ୍ରଶ୍ନ କରିଛନ୍ତି ।
ତାଙ୍କର କାହା ସହ କିଛି ଆଫେୟାର ନାହିଁ ବରଂ ତାଙ୍କୁ ଫସେଇବା ପାଇଁ ସ୍ଵାମୀ ଏମିତି କରିଛନ୍ତି ବୋଲି ସିଲସିଲା ଓଲଟା କହିଛନ୍ତି । ସ୍ଵାମୀଙ୍କ ଆଫେୟାର ନେଇ ସେ ପୂର୍ବରୁ ପୁରୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସ୍ବାମୀଙ୍କ ଚାକିରି ଚାଲିଗଲେ ଆପଣ ଖାଇବାକୁ ପାଇବେନି କହି ସେମାନେ ତାଙ୍କ ଅଭିଯୋଗ ଗ୍ରହଣ କରି ନାହାନ୍ତି ବୋଲି ସିଲସିଲା କହିଛନ୍ତି ।