mobile header

ପାୱାର କଟ୍ ଷଡ଼ଯନ୍ତ୍ର

ବିଦ୍ୟୁତ୍‍ କାଟ ଦ୍ୱାରା ଲୋକେ ନାହିଁ ନଥିବା କଷ୍ଟ ପାଉଛନ୍ତି । ଏବେ ସକାଳୁଆ ଅଫିସ ସାଙ୍ଗକୁ ସ୍କୁଲ କଲେଜରେ ପାଠପଢା ଚାଲୁଥିବାବେଳେ ଏହି ଅଘୋଷିତ ବିଦ୍ୟୁତ୍‍ କାଟ ଫଳରେ କାର୍ଯ୍ୟାଳୟ କର୍ମଚାରୀ, କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ କଷ୍ଟ ଅନୁଭବ କରୁଛନ୍ତି । ରାଜ୍ୟସରକାର, ବିଦ୍ୟୁତ୍‍ ଉତ୍ପାଦନରେ ଓଡିଶା ବଳକା ରାଜ୍ୟ ବୋଲି କହୁଥିବା ଏବଂ ବିଦ୍ୟୁତ୍‍ କାଟ ହେବନାହିଁ ବୋଲି ଶକ୍ତି ବିଭାଗ କହୁଥିବାବେଳେ ଏପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ କାହିଁକି ବିଦ୍ୟୁତ୍‍ କାଟ କରାଯାଉଛି ତାହା ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଅସନ୍ତୋଷର କାରଣ ହେଉଛି । ଆଗାମୀ ଦିନରେ ମାଟ୍ରିକ ଓ +୨ ପରୀକ୍ଷା ହେବାକୁ ଥିବାବେଳେ ଏପରି ବିଦ୍ୟୁତ୍‍ କାଟ ହେଲେ ପରୀକ୍ଷାର୍ଥୀ ପ୍ରଚଣ୍ଡ ଗରମରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଏହି ବିଦ୍ୟୁତ୍‍ କାଟକୁ ବନ୍ଦ କରାଯାଉ ବୋଲି ଦାବି ହେଉଛି।

ସନ୍ଧ୍ୟା ବେଳେ କରେଣ୍ଟ ନଥିବାରୁ ମୋବାଇଲ୍ ଲାଇଟ୍‌ରେ ଚାଲିଛି ପାଠପଢ଼ା । ଏହାସହ ଫ୍ୟାନ୍ ବୁଲୁନଥିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ମଣିଷ ବିଞ୍ଚଣା ହିଁ ଭରସା । ଦିନବେଳା ପ୍ରବଳ ଖରା କୋପ ଯେତିକି ଅକ୍ତାମାକ୍ତା କରୁଛି, ବିଦ୍ୟୁତ୍ କାଟ୍ ତାକୁ ଦ୍ୱିଗୁଣିତ କରି ଦେଉଛି ।

ବାରମ୍ବାର ବିଦ୍ୟୁତକାଟ ଅଭିଯୋଗ ଉପରେ ଟାଟା ପାୱାର ରଖିଲା ସଫେଇ ରଖିଛି ଟାଟା ପାୱାର । ଟାଟା ପାୱାରର ସିଇଓ କହିଛନ୍ତି, ରାଜ୍ୟରେ ନାହିଁ ବିଦ୍ୟୁତ ସଙ୍କଟ । ତେବେ ଖରାଦିନେ ସାମୟିକ ଭାବେ ହେବ ପାୱାରକଟ । କିଛି ସ୍ଥାନରେ ୩୦ ମିନିଟରୁ ଘଂଟାଏ ଯାଏଁ ପାୱାରକଟ ।

ରାଜଧାନୀରେ ମଧ୍ୟ ସାଧାରଣ ଲୋକ ବିଜୁଳି କାଟର ସମ୍ମୁଖୀନ ହେଉଛନ୍ତି । ଖରାଦିନେ ଏବେ ଗରମ ଓ ବିଜୁଳି ଉଭୟ ଦାଉ ସାଧୁଛି । ପିଲାମାନଙ୍କ ପାଠ ପଢିବାରେ ଅସୁବିଧା ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଓଡିଶା ଯିଏ କି ବିଜୁଳିର ନିଅଣ୍ଟିଆ ନୁହେଁ ବଳକା ରାଜ୍ୟ ସେହି ରାଜ୍ୟରେ କାହିଁକି ବିଜୁଳିର ଅଭାବ ଦେଖାଯାଉଛି ।

ଜଳ ବିଦ୍ୟୁତ୍
ଉତ୍ପାଦନ କ୍ଷମତା – ୨,୦୯୯.୫ ମେଗାୱାଟ୍
ଉତ୍ପାଦନ ହେଉଛି – ୬୯୨.୮୩୫ ମେଗାୱାଟ୍

ଅର୍ଥାତ କ୍ଷମତାର
୩୩% ଉତ୍ପାଦନ ହେଉଛି

ତାପଜ ବିଦ୍ୟୁତ୍
ଉତ୍ପାଦନ କ୍ଷମତା- ୨,୨୦୦ ମେଗାୱାଟ୍
ଉତ୍ପାଦନ ହେଉଛି- ୯୦୩.୮୩୦ ମେଗାୱାଟ୍

ଅର୍ଥାତ କ୍ଷମତାର
୪୧% ଉତ୍ପାଦନ ହେଉଛି

ଜଳ ଭଣ୍ଡାରରେ ପାଣିର ଅଭାବ ନାହିଁ
କାହିଁକି କମୁଛି ଜଳ ବିଦ୍ୟୁତ୍ ଉତ୍ପାଦନ ?

– ୨୦୨୧ ଏପ୍ରିଲ ୨୨ରେ ହୀରାକୁଦରେ ଥିଲା ୬୦୮.୯୭ ଫୁଟ୍ ପାଣି
– ୨୦୨୨ ଏପ୍ରିଲ ୨୨ରେ ଜଳସ୍ତର ଗତବର୍ଷ ଅପେକ୍ଷା ୪ ଫୁଟ୍ ଅଧିକ
– ଶୁକ୍ରବାର ହୀରାକୁଦ ଜଳଭଣ୍ଡାର ଜଳସ୍ତର ଥିଲା- ୬୧୩.୦୪ ଫୁଟ୍
– ରେଙ୍ଗାଳିରେ ଗତବର୍ଷ ତୁଳନାରେ ୨ ମିଟର ଅଧିକ ପାଣି ରହିଛି
– ଅପରକୋଲାବରେ ଗତବର୍ଷ ଯେତିକି ଥିଲା ସେତିକି ପାଣି ଅଛି
– ଇାଲିମେଳା, ଅପର ଇନ୍ଦ୍ରାବତୀ, ମାଛକୁଣ୍ଡରେ ଜଳ ପତ୍ତନ କମିଛି

ପରିଚାଳନାଗତ ଅପାରଗତା
ବିଜୁଳିର କୃତ୍ରିମ ଅଭାବ ସୃଷ୍ଟି

– ଓପିଜିସିର ଇବ୍ ତାପଜ ବିଦ୍ୟୁତ କେନ୍ଦ୍ର ଷ୍ଟେଜ୍-୨ ବାର୍ଷିକ ମରାମତି ପାଇଁ ବନ୍ଦ
– ଖାରଦିନେ ଚାହିଦା ଅଧିକ ଥିବାବେଳେ ମରାମତି ଏହିଦିନେ କାହିଁକି କରାଯାଉଛି?
– ମାମଲାରେ ଛନ୍ଦି ହୋଇ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ୩ବର୍ଷ ହେଲା ବିଜୁଳି ଦେଉନି
– ଏହା ବିରୋଧରେ ଗ୍ରୀଡକୋ କୋର୍ଟକୁ ନଯାଇ ଜିନ୍ଦଲକୁ ଆର୍ଥିକ ଫାଇଦା ଦେଉନାହିଁ କି?
– ନିୟମ ଅନୁସାରେ ବେଦାନ୍ତ ପ୍ରତିଦିନ ୭୨୦ ମେଗାୱାଟ୍ ବିଜୁଳି ରାଜ୍ୟକୁ ଦେବାକଥା
– ହେଲେ ୨୧ ତାରିଖରେ ବେଦାନ୍ତଠାରୁ ମାତ୍ର ୨୩୦ ମେଗାୱାଟ୍ ବିଜୁଳି କିଣାଯାଇଛି
– କାହା ସ୍ୱାର୍ଥରେ ବେଦାନ୍ତଠାରୁ ୪୯୦ ମେଗାୱାଟ୍ ବିଜୁଳି ହାତଛଡା କଲା ଗ୍ରୀଡ୍କୋ?
– ଜିଏମଆର କମଳାଙ୍ଗରୁ ୨୬୨.୫୦ ମେଗାୱାଟ୍ ବିଜୁଳି ପ୍ରତିଦିନ ମିଳିବା କଥା
– ହେଲେ ଏପ୍ରିଲ ୨୧ରେ କମ୍ପାନିଠାରୁ ମାତ୍ର ୧୮୬ ମେଗାୱାଟ୍ ବିଜୁଳି କିଣାଯାଇଛି

ବିଜୁଳି କାଟର ବଡ଼ ଷଡ଼ଯନ୍ତ୍ର :-

– ରାଜ୍ୟରେ ପିକ୍ ଆୱାରରେ ବିଜୁଳି ଚାହିଦା ୫ ହଜାର ମେଗାୱାଟ୍ରୁ ଅଧିକ ରହୁଛି
– ହେଲେ ଦର ନିର୍ଦ୍ଧରଣ ବେଳେ ଆବଂଟନ କମ୍ପାନି ଏହାକୁ ସାଢେ ୪ ହଜାର ଦର୍ଶାଉଛନ୍ତି
– ତେଣୁ ଆରମ୍ଭରୁ ଆବଂଟନ କମ୍ପାନି ପ୍ରାୟୋଜିତ ବିଜୁଳି କାଟ୍ ପାଇଁ ଷଡଯନ୍ତ୍ର କରିଛନ୍ତି
– ସେହିଭଳି ହାରାହାରି ବିଜୁଳି ଚାହିଦା ସାଢେ ୪ ହଜାର ମେଗାୱାଟ୍ ଉପରେ ରହୁଛି
– ତଥାପି ବିତରଣ କମ୍ପାନି ୪ ହଜାରୁ ସାମାନ୍ୟ ଅଧିକ କହି ଆବେଦନ କରୁଛନ୍ତି କାହିଁକି?
– ୨୧ ତାରିଖରେ ରାଜ୍ୟ ଗ୍ରୀଡରୁ ୪,୪୩୦ ମେଗାୱାଟ୍ ବିଜୁଳି ଏସଏଲଡିସି ଅନୁମୋଦନରେ ଗ୍ରହଣ କରିଛନ୍ତି
– ଉତ୍ପାଦନକାରୀ ରାଜ୍ୟ ହୋଇଥିଲେ ସୁଦ୍ଧା ଓଡିଶାରେ ବିଜୁଳି ଦର ମହଙ୍ଗା ରହିଛି
– ଘରୋଇ ଉତ୍ପାଦନ କମ୍ପାନିଙ୍କୁ ସୁବିଧା ଟେକିଦେବା ପାଇଁ ଗ୍ରୀଡକୋ-ବିଦ୍ୟୁତ ନିୟାମକ ଆୟୋଗ ହାତ ମିଳାଇଥିବା ସନ୍ଦେହ ହେଉଛି

Leave A Reply

Your email address will not be published.