mobile header

ଭୁସିଡିଲା ଚେକଡ୍ଯାମ ,ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ  ମଧୁଚନ୍ଦ୍ରିକାରେ ହେଲା  ନିମ୍ନମାନର  ଠିକାକାମ,ମରାମତି ପାଇ  ଦାବି,

କାଲିମେଳା: ତା ୨୩/୪ଚାଷ ଓ ଚାଷୀର ବିକାଶ ନିମନ୍ତେ ସରକାର ବିଭିନ୍ନ ଯୋଜନା ହାତକୁ ନେଇ ଏକ ସବୁଜ ବିପ୍ଲବ ସୃଷ୍ଟି କରିବାକୁ ଉଦ୍ୟମ କରିଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ  ଏହା ବିଫଳ ହୋଇଛି । ଏହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି କାଲିମେଳା ଉପଖଣ୍ଡ କ୍ଷୁଦ୍ର ଜଳସେଚନ ବିଭାଗରେ । ଏହି ଉପଖଣ୍ଡ ଅନ୍ତର୍ଭୁକ୍ତ ଚାଷୀ ଙ୍କ ସହ ସହ ହେକ୍ଟର ଜମି ଚାଷ ଉପଯୋଗୀ କରିବାକୁ ଉକ୍ତ ବିଭାଗ ପକ୍ଷରୁ ଅନେକ  ଡ଼୍ୟାମ (ରିଜର୍ଭର) ଏବଂ ନଦୀବନ୍ଦ ବା ଚେକ୍ ଡ଼୍ୟାମ ସରକାର ଙ୍କ ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଇଛି । ଏ ଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ଥାନରେ ନିମ୍ନ ମାନରେ ନିର୍ମାଣ କରାଯାଇଥିବା ଯୋଗୁଁ ଅଳ୍ପ ଦିନରେ ଭୁଶୁଡ଼ି ପଡ଼ୁଛି । ଯାହାଫଳରେ ଚାଷୀ ଗଛିତ ଜଳ ପାଇବାକୁ ବଞ୍ଚିତ ହେଉଥିବା  ଅଭିଯୋଗ ହେଉଛି । କାଲିମେଳା ଉପଖଣ୍ଡ ନିକଟସ୍ଥ ତେଲାରାଇ ଗ୍ରାମର ନାଳରେ ଆର୍ଥିକ ବର୍ଷ ୨୦୧୬-୧୭  ଅଟକଳ ମୂଲ୍ୟ ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ଚେକ୍ ଡ଼୍ୟାମ ନିର୍ମାଣ ଶେଷ କରାଯାଇଥିଲା । ଏହି ପ୍ରକଳ୍ପ ଶେଷ ହେବାର ପ୍ରଥମ ବର୍ଷା ଜଳରେ ଏହାର ଅନେକ ଅଂଶ ଭାଙ୍ଗି ଭୁଶୁଡ଼ି ଯାଇଛି । ସାମ୍ନର ଦୁଇ ପାର୍ଶ୍ଵରେ ଥିବା ଦୁଇଟି ୱ।ଲ ଭାଙ୍ଗି ତଳେ ପଡ଼ିଯାଇଥିବା ବେଳେ ଏଥିରୁ ଗୋଟିଏ ୱ।ଲ ବଡ଼ କାଠ ଗଣ୍ଡି ଉପରେ ନିର୍ମାଣ କରାଯାଇଛି । ସେହିପରି ପଛରେ ଥିବା ୱ।ଲ ମଧ୍ୟ ଭାଙ୍ଗି ଯାଇଛି । ଦୁଇ ପାଣି ନିଷ୍କାସନ ଫାଟକ ଦେଇ ପାଣି ବାହାରି ଯିବା ପରିବର୍ତ୍ତେ ଭଙ୍ଗା ୱ।ଲ ଦେଇ ସବୁ ପାଣି ବାହାରି ଯାଉଛି । ଯାହାଫଳରେ ପାଣି ଗଛିତ ହୋଇପାରୁନାହିଁ । ନିମ୍ନ ମାନରେ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପକୁ କାଲିମେଳା ଉପଖଣ୍ଡ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ  ଆରମ୍ଭ କରି ସେ ଅନ୍ୟତ୍ର ବଦଳି ହେବାପରେ କନିଷ୍ଠ ଯନ୍ତ୍ରୀ ପ୍ରଭାତ ବେହେରା ଏହାକୁ ଶେଷ କରିଥିବା  ବେଳେ ଏମପିଭି-୧୨ ଗ୍ରାମର ଜୈନେକ ଠିକାଦାର ଏହି ପ୍ରକଳ୍ପର ଟେଣ୍ଡର ପାଇଥିଲେ । ପ୍ରକଳ୍ପ  ଭୁଶୁଡ଼ି ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ  ମରାମତି କରାନଯିବା ଅଭିଯୋଗ ହୋଇଛି । କାଲିମେଳା ଉପଖଣ୍ଡ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ  ଡ଼୍ୟାମ (ରିଜର୍ଭର) କିମ୍ବା  ଚେକ୍ ଡ଼୍ୟାମ  ନିମ୍ନ ମାନରେ ନିର୍ମାଣ କରାଯିବା ପୂର୍ବରୁ  ନଜିର ରହିଛି । ତେବେ ଆର୍ଥିକ ବର୍ଷ ୨୦୧୩-୧୪ ଅଟକଳ ମୂଲ୍ୟ ୪୦ ଲକ୍ଷ ଟଙ୍କା ବ୍ୟୟରେ  ରଡାନପାଲି ନୂତନ ଡ଼୍ୟାମ ନିର୍ମାଣ ଶେଷ କରାଯାଇଥିଲା । ନିମ୍ନ ମାନରେ ନିର୍ମିତ ଯୋଗୁଁ  ଏହାର ୩ ମାସ ପରେ ଡ଼୍ୟାମ ର ସରପ୍ଲସ ବର୍ଷା ପାଣି ରେ ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା ।  ଦୋକଣ୍ଡା ଗ୍ରାମରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିମ୍ନ ମାନରେ ନିର୍ମାଣ  ଚେକ୍ ଡ଼୍ୟାମର ଅଭିଯୋଗ ହୋଇଥିଲା । ସେହିପରି  ଏମପିଭି-୨୭ ଗ୍ରାମରେ ନିମ୍ନ ମାନରେ ନିର୍ମାଣ  ଚେକ୍ ଡ଼୍ୟାମର ମଧ୍ୟ ଅଭିଯୋଗ ହୋଇଥିଲା । ସଂପୃକ୍ତ ବିଭାଗର ଏପରି କାର୍ଯ୍ୟକଳାପ ଯୋଗୁଁ କାଲିମେଳା ଉପଖଣ୍ଡ   ଅନ୍ତର୍ଭୁକ୍ତ ଚାଷ ଓ ଚାଷୀଙ୍କ ବିକାଶ ନେଇ ଆଶଙ୍କା କରାଯାଉଛି । ଅଭିଯୋଗ ହେବାପରେ   ଆଜି ବିଭାଗୀୟ ସହକାରୀ ଯନ୍ତ୍ରୀ ଏବଂ କାଲିମେଳା ଉପଖଣ୍ଡ କନିଷ୍ଠ ଯନ୍ତ୍ରୀ ଉକ୍ତ ତେଲାରାଇ ଚେକ୍ ଡ଼୍ୟାମ ଠାରେ ପହଞ୍ଚି ଥିବା ଜଣାପଡିଛି । ସେହି ସମୟର ବନ୍ୟା  ଜଳ ରେ ଭାଙ୍ଗି ଯାଇଛି, ମରାମତି ପାଇଁ ଏବକୁ ତିନି ଥର ଲେଖି ଦିଆଯାଇଛି, ଟଙ୍କା ଆସିଲେ ମରାମତି କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ପ୍ରଭାତ ବେହେରା ଯୋଗାଯୋଗରେ ପ୍ରତିକ୍ରିୟା ଜଣାଇଥିଲେ।

ପ୍ରଶାନ୍ତ କୁମାର ବିହାରୀ

କାଲିମେଳା ବ୍ଲକ

Leave A Reply

Your email address will not be published.