
କାଲିମେଳା ତା 22/4 କାଲିମେଳା ବଡି ଗେଟା ପଞ୍ଚାୟତ ସଦର ମହକୁମାରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧକ୍ଷ ଡାକ୍ତର ଏମ ଏମ ଅଭିତ ହୁସେନ ଙ୍କ ନେତୃତ୍ୱ ରେ ଗୋଷ୍ଟୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି. ମୂଖ୍ୟ ଅତିଥି ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ସୁବାସିନୀ ସୋଡି ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ମାଲକାନଗିରି ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି,ପୂର୍ବ ତନ ପଞ୍ଚାୟତ ସମିତି ଅଧକ୍ଷ ମାଲା ମାଢି, ବଡ଼ିଗେଟା ସରପଞ୍ଚ ଲିଲି ସୋଡି, ଜିଲ୍ଲା ପରିଷଦ ଜୁନ 2 ମମତା ପଡିଆମୀ, ପୂର୍ବ ତନ ଜିଲ୍ଲା ପରିଷଦ ସହଦେଵ ମାଟାମ, ପୂର୍ବତନ ସ୍ଥାନୀୟ ସରପଞ୍ଚ ଇର୍ମା କବାସୀ, ଏ ବିଡିଓ ବସନ୍ତ କୁମାର ବେହେରା,ଏବିଇଓ ଅସିତ ମିସ୍ତ୍ରୀ,କାଲିମେଳା ସମ୍ମାନିତ ମହିଳା ଓ ଶିଶୁ ବିକାଶ ଅଧିକାରୀ ଅର୍ଣ୍ଣ ପୂର୍ଣ୍ଣା ବୁରୁଦା ଜିଲ୍ଲା ଉପାଧକ୍ଷ ପତିତପାବନ ବୈଦ୍ୟ, ଗ୍ରାମର ମୁଖିଆ ଜାଗା କବାସୀ ପ୍ରମୁଖ ଉପସ୍ଥିତ ହୋଇଥିଲେ, ଏହି କାର୍ଯ୍ୟ କ୍ରମ ରେ ମୋଟ 689 ରୋଗୀ ଙ୍କୁ ପରୀକ୍ଷା କରାଯାଇ ମାଗଣା ଔଷଧ ବିତରଣ କରାଯାଇଥିଲା,ମାଲକାନଗିରି ଏମପିଭି 55, କାଲିମେଳା ଟିମ ମିଳିତ ହୋଇ ଲୋକଙ୍କୁ ସେବା ଯୋଗାଇ ଦେଇଥିଲେ, ରକ୍ତ ପରୀକ୍ଷା ସହ ଲୋକମାନଙ୍କୁ ସ୍କାନିଂ କରି ରୋଗ ଚିହ୍ନଟ କରି ଔଷଧ ବିତରଣ କରାଯାଇଥିଲା,ଏଥିରେ ରକ୍ତ 130 ମଧୁ ମେୟ 85 ଜଣ ଟିଭି 13 ଜଣ, ଇ ଏଲ ସି 20 ଜଣ ମେଲେରିଆ ପାଇଁ 160 ଜଣ ଙ୍କୁ ରକ୍ତ ପରୀକ୍ଷା କରାଯାଇଥିଲା, ଛୋଟ ପିଲା ରକ୍ତ ହୀନତା, ଦାନ୍ତ ସମସ୍ୟା, ଏହି ଭଳି 689 ରୋଗୀଙ୍କୁ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିଲା, ଡାକ୍ତର ମାନଙ୍କ ପାଇଁ ଛଅ ଟି ଷ୍ଟଲ ଖୋଲା ଯାଇଥିଲା, ତଥା ଜଣେ ଏଏନଟି ଡାକ୍ତର, ଓଡିଅଲଜି ଡାକ୍ତର ଜଣେ,ଏମବିବିଏସ ଡାକ୍ତର ତିନିଜଣ, ଗାଇନିକ ସ୍ଷେଷ୍ଷିଆଲିଷ୍ଟ ଡାକ୍ତର ଜଣେ ଓ କାଲିମେଳା ଗୋଷ୍ଠୀସ୍ବାସ୍ଥ୍ବ କେନ୍ଦ୍ର ର ଭାରପ୍ରାପ୍ତ ଡାକ୍ତର ଶ୍ରୀ ଏମ ଏମ ହାବିଦ ହୁସେନ ପ୍ରମୁଖ ଏଠାରେ ରହି ରୋଗୀମାନଙ୍କ ଚିକିତ୍ସା କରୁଥିଲେ ,ଏହାସହ ଔଷଧ ବିତରଣ କେନ୍ଦ୍ର, ରକ୍ତ ପରୀକ୍ଷା କେନ୍ଦ୍ର, ସୁରକ୍ଷିତ ମାତୃଯୋଜନା କେନ୍ଦ୍ର, ପରାମର୍ଶ କେନ୍ଦ୍ର ଆଇସୁ ମାନ ଯୋଜନା, କୋଭିଟ ଟୀକା କରଣ କେନ୍ଦ୍ର, ଖୋଲା ଯାଇଥିଲା, ଏହି କାର୍ଯ୍ୟ କ୍ରମକୁ ବହୁ ଦୂର ଦୁରାନ୍ତରୁ ବିଭିନ୍ନ ରୋଗର ସମସ୍ୟା ନେଇ ଲୋକ ମାନେ ଆସି ପହଂଚି ଥିଲେ, ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମାଧ୍ୟାନ୍ନ ଭୋଜନ ର ଵେବସ୍ତା କରଯାଇଥିଲା, ଏହି କାର୍ଯ୍ୟ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ, ସହ ସ୍ଥାନୀୟ ବ୍ୟକ୍ତି ମାନେ ସହଯୋଗ କରିଥିଲେ,