Chandikhole /Barachana. Sudhansu Parida.
କିଛିଦିନ ପରେ ପୁଣି ମାତିଛନ୍ତି ବାଇକ ଲୁଟେରା l କିଛି ଗ୍ୟାଙ୍ଗ ବଡ ବଡ ଛକ ବଜାରରେ ଘୁରିବୁଲି ବାଇକ ଗାଡି ଗୁଡିକୁ ଟାର୍ଗେଟ କରିଚାଲିଛନ୍ତି l କିଏ ଗଲା କିଏ ଆସିଲା ଖୁବ ଭଲ ଭାବରେ ନଜର କରୁଛନ୍ତି l ଆଉ ଟିକେ ଏପଟ ସେପଟ ହେଲେ ସିନେମା ଷ୍ଟାଇଲରେ ବାଇକ ଗାଡିକୁ ଅତି ଚତୁରତା ସହିତ ଚୋରି କରି ନେଉଛନ୍ତି l ଏପରି ଏକ ଘଟଣା ଏହି ନିକଟରେ ଘଟିଛି l ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ସନାତନ ପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ପେଣ୍ଡର ପ୍ଲସ (OD 04E 1361)ନାଲି ରଙ୍ଗର ବାଇକ ଯୋଗେ ଏକ ଜରୁରୀ କାମରେ ଚଣ୍ଡିଖୋଲ ଏସବିଆଇକୁ ଯାଇଥିଲେ l ସେଠାରେ ବାଇକଟିକୁ ପାର୍କିଂ କରି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ l ବ୍ୟାଙ୍କ କାମ ସାରି ଫେରିଲା ବେଳକୁ ବାଇକଟି ଆଉ ପାର୍କିଂ କରିଥିବା ଜାଗାରେ ନାହିଁ l ଅଖାପାଖରେ ବହୁତ ଖୋଜା ଖୋଜି କରିବା ସତ୍ୱେ ଗାଡିଟିକୁ ଆଉ ପାଇନଥିଲେ l ଗାଡିଟି ଚୋରି ହୋଇଥିବା ଜାଣି ସଙ୍ଗେ ସଙ୍ଗେ ପାଖରେ ଥିବା କ୍ୟାମେରା ଜାଞ୍ଚ କରିଥିଲେ l ଦେଖିଲା ବେଳକୁ ବାଇକଟିକୁ ଗୋଟେ ଯୁବକ ଚଲାଇ କରି ନେଇଯାଉଥିବା ଦେଖିବାକୁ ମିଳିଛି l ଏ ବାବଦରେ ସଙ୍ଗେ ସଙ୍ଗେ ପାଖରେ ଥିବା ଫାଣ୍ଡିରେ ଚୋରି ହୋଇଥିବା ବାଇକର ମାଲିକ ସନାତନ ପାତ୍ର ଅଭିଯୋକ କରିଛନ୍ତି l ଅଭିଯୋକକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି l
